ଭୁବନେଶ୍ୱର, ୧୧/୦୩: ରାସନ କାର୍ଡଧାରୀଙ୍କୁ ଓଜନ ମାପରେ ଠକୁଛନ୍ତି ଡିଲର୍। ଏ ନେଇ ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ତେଣୁ ୭୫ ରାସନ ଡିଲର୍ଙ୍କ ବିରୋଧରେ ଆକ୍ସନ ନେଇଛନ୍ତି ସରକାର। ଲାଇସେନ୍ସ ବାତିଲ ସହ ଜଣଙ୍କ ବିରୁଦ୍ଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଧାୟକ ଶ୍ରୀ ରାମଚନ୍ଦ୍ର କାଡାମଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖି ଯୋଗାଣ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।
ବିଧାୟକ ପଚାରିଥିଲେ, ରାଜ୍ୟରେ ଅନେକ ଅଞ୍ଚଳରେ ଚାଉଳ ଦଣ୍ଟନ କେନ୍ଦ୍ରରେ ଓଜନ କମ ଦେବା, ନିମ୍ନମାନର ବଣ୍ଟନ ଓ ଅନିୟମିତ ଯୋଗାଣ ନେଇ ଗୁରୁତର ଅଭିଯୋଗ ଆସୁଛି ଏହି ଅନିୟମ ରୋକିବା ପାଇଁ ସରକାର କେତେ ତଦନ୍ତ ଓ ନିରୀକ୍ଷଣ କରାଇଛନ୍ତି, କେତେ ରାସନ ଡିଲରଙ୍କ ଲାଇସେକ୍ସ ବାଡିଲ କରାଯାଇଛି ଓ କେତେ ମାମଲାରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି?
ମନ୍ତ୍ରୀ ଉତ୍ତରରେ କହିଥିଲେ, ରାଜ୍ୟରେ ରାସନ କାର୍ଡ ମାଧ୍ଯମରେ ଖାଉଟି ସାମଗ୍ରୀ e-pos ମେସିନ ସହିତ ମାପ ଓଜନ ଯନ୍ତ୍ର ସଂଯୋଗ କରାଯାଇ ବାୟୋମେଟ୍ରିକ ଅନଲାଇନ ଅଥେଣ୍ଟିଅଏସନ ଦ୍ବାରା ବଣ୍ଟନ କରାଯାଉଛି। ଏତଦବ୍ୟତୀତ ଯୋଗାଣ ଅଧିକାରୀ ମାନେ ନିୟମିତ ଭାବରେ ପ୍ରତ୍ୟେକ ଖାଉଟି କେନ୍ଦ୍ର ଯାଞ୍ଚ କରୁଛନ୍ତି ଏବଂ ଅଭିଯୋଗ ହସ୍ତଗତ ହେଲେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏହି ସବୁ ଅନିୟମିତତା ରୋକିବା ପାଇଁ ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ରେ ସରକାର ମୋଟ ୩୬୨୪ ଗୋଟି ତଦନ୍ତ/ ନିରୀକ୍ଷଣ କରାଇଛନ୍ତି, ୭୫ ଟି ରାସନ ଡିଲରଙ୍କ ଲାଇସେକ୍ସ ବାତିଲ କରାଯାଇଛି ଓ ଗୋଟିଏ ମାମଲାରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।