ଭୁବନେଶ୍ୱର, ୧୧/୦୩: ଓଡ଼ିଶାବାସୀ ଆମିଷ ପ୍ରେମୀ। ତେଣୁ ଓଡ଼ିଶାରେ ପ୍ରତିଦିନ ୦.୩୪ ହଜାର ମେଟ୍ରିକ ଟନ୍ ଖାସି ମାଂସ ଓ ୦.୮୪ ହଜାର ମେଟ୍ରିକ ଟନ୍ କୁକୁଡ଼ା ମାଂସ ଆବଶ୍ୟକତା ରହିଛି। ଆହୁରି ବି ମହଜୁଦ ଅଛି ୧୧୭.୪ ଲକ୍ଷ ଅଣ୍ଡା। ଏ ନେଇ ଗୃହରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଲିଖିତ ଉତ୍ତର ରଖିଛନ୍ତି।
ପବିତ୍ର ସାଉଁନ୍ତାଙ୍କ ପ୍ରଶ୍ନରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଲିଖିତ ଉତ୍ତର ରଖିଛନ୍ତି। ଓଡ଼ିଶାରେ ପ୍ରତିଦିନ ହାରାହାରି କେତେ ପରିମାଣର ଖାସି ମାଂସ, କୁକୁଡା ମାଂସ, ଅଣ୍ଡା ଇତ୍ୟାଦି ଆବଶ୍ୟକ ଅଛି ବୋଲି ମନ୍ତ୍ରୀ ପଚାରିଥିଲେ।
ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ, ରାଜ୍ୟରେ ୨୦୨୪-୨୫ ବର୍ଷରେ ଖାଉଟିଙ୍କର ଚାହିଦା ପୂରଣ କରିବା ନିମନ୍ତେ ପ୍ରତିଦିନ ହାରାହାରି ୨୪୮୨.୧୯ ମେଟ୍ରିକ ଟନ ମାଛର ଆବଶ୍ୟକ ଥିବାବେଳେ ଓଡିଶାରେ ବାର୍ଷିକ ହାରାହାରି ୧୧ ଲକ୍ଷ ୯୨ ହଜାର ମେଟ୍ରିକ ଟନ ମାଛ ଉତ୍ପାଦନ ହୋଇଥିଲା । ଖାଉଟିମାନଙ୍କର ନିର୍ଦ୍ଦିଷ୍ଟ ଆବଶ୍ୟକୀୟ ପ୍ରଜାତିର ମାଛର ଚାହିଦା ମେଣ୍ଟାଇବା ପାଇଁ ପଡୋଶୀ ରାଜ୍ୟରୁ ବାର୍ଷିକ ୨୯୭୩୦ ମେଟ୍ରିକ ଟନ ମାଛ ଆମଦାନୀ ହୋଇଥିଲା।