୭ ଲକ୍ଷ ଭୂତ ହିତାଧିକାରୀଙ୍କ ନାଁରେ ଲୁଟ୍ ହେଉଥିଲା ରାସନ

ଲକ୍ଷାଧିକ ଅଯୋଗ୍ୟ ବି ହାତେଇଥିଲେ ରାସନ କାର୍ଡ

ଭୁବନେଶ୍ୱର, ୧୧/୦୩: ୭ ଲକ୍ଷ ଭୂତ ହିତାଧିକାରୀଙ୍କ ନାଁରେ ଲୁଟ୍ ହେଉଥିଲା ରାସନ। ଲକ୍ଷାଧିକ ଅଯୋଗ୍ୟ ବି ହାତେଇଥିଲେ ରାସନ କାର୍ଡ। ପୂର୍ବ ବିଜେଡି ସରକାର ସମୟରେ ଚାଲିଥିଲା ଏମିତି ଚଞ୍ଚକତା। ଏ ନେଇ ବିଧାନସଭାରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଲିଖିତ ଉତ୍ତରରେ ବଡ଼ ଖୁଲାସା।

ମନ୍ତ୍ରୀ କହିଛନ୍ତି, e-KYC ପ୍ରକ୍ରିୟାରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ନୂଆ ସରକାର ଆସିବା ପରେ କରିଥିଲେ e-KYC। ୨ ବର୍ଷ ମଧ୍ୟରେ ୩୪,୯୩୯ଟି ଅଯୋଗ୍ୟ ରାସନ କାର୍ଡ ରଦ୍ଦ ହୋଇଛି। ଏମାନଙ୍କର ପରିବାର ସଦସ୍ୟ ସଂଖ୍ୟା ୧ ଲକ୍ଷ ୨୫ ହଜାର ୯୬୩ ଥିବା ବେଳେ ୭ ଲକ୍ଷ ୭୫ ହଜାର ୬୪ ଜଣ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ରାସନ କାର୍ଡ ତଥ୍ୟାବଳୀରୁ ଏମାନଙ୍କୁ ବାଦ୍ ଦିଆଯାଇଛି।