କଥକ ନୃତ୍ୟାଙ୍ଗନା ସଂଗୀତାଙ୍କୁ ଡ଼କ୍ଟରେଟ ସମ୍ମାନ
ସାଉଥ ୱେଷ୍ଟର୍ଣ୍ଣ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସମ୍ବର୍ଦ୍ଧିତ
ଭୁବନେଶ୍ୱର, ୧୧/୦୩: ଭାରତୀୟ ଶାସ୍ତ୍ରୀୟ କଥକନୃତ୍ୟର ଦେଶ ବିଦେଶରେ ପ୍ରଚାର ପ୍ରସାର କରି ଆସୁଥିବା ଅତି ବରିଷ୍ଠ ତଥା ବିଶିଷ୍ଟ କଥକନୃତ୍ୟ ଗୁରୁ ସଂଗୀତା ସାହୁଙ୍କୁ ଆମେରିକା ସ୍ଥିତ ସାଉଥ ୱେଷ୍ଟର୍ଣ୍ଣ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସମ୍ମାନସୂଚକ ଡକ୍ଟରେଟ ଉପାଧିରେ ସମ୍ବର୍ଦ୍ଧିତ କରାଯାଇଛି । ଓଡ଼ିଶାର କଟକଠାରେ ସର୍ବପ୍ରଥମ ଓ ଏକମାତ୍ର ନିଜସ୍ୱ କଥକ ନୃତ୍ୟ ଶିକ୍ଷାନୁଷ୍ଠାନ “ସଂଗୀତା କଥକ ନୃତ୍ୟ ଏକାଡେମୀ” ମାଧ୍ୟମରେ ସାହସ୍ରାଧିକ ନୃତ୍ୟଶିଳ୍ପୀ ସୃଷ୍ଟି କରିବା ସହ ଅନେକଙ୍କୁ ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ କରାଇବାସହ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କଥକ ନୃତ୍ୟର ପ୍ରଚାର ପ୍ରସାର କରିଆସୁଛନ୍ତି ସଂଗୀତା। ନୂଆଦିଲ୍ଲୀସ୍ଥିତ ସମ୍ରାଟ ସମ୍ମିଳନୀ କକ୍ଷରେ ଭାରତ ସର୍ବୋଚ୍ଚ ଉଚ୍ଚନାୟାଳୟର ଆଇନ ବିଶାରଦ ଡ଼କ୍ଟର ଶିବାବାଲମୃଗନ, ଡ଼କ୍ଟର ବିଜୟ ଜୋଲି ଓ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ବରିଷ୍ଠ ପ୍ରଫେସରଗଣ ସଂଗୀତାଙ୍କୁ ସାର୍ଟିଫିକେଟ, ସ୍ମୃତିପଦକ, ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରିଛନ୍ତି। ଏହି ଉପାଧିଯୁକ୍ତ ସଂମ୍ମାନ ମୋର ବାପା, ମାଆ, ଭାଇ ଓ ଶଶୁର ଶ୍ରୀଯୁକ୍ତ ଖିରୋଦ ଚନ୍ଦ୍ର ସାହୁ, ଶାଶୁ କଲ୍ୟାଣୀ ସାହୁ ଓ ସମସ୍ତ ଯାଆ, ଦେଢଶୁର ଓ ପରିବାର ବର୍ଗଙ୍କ ସାହାଯ୍ୟ ସହଯୋଗ ଓ ମୋର ପୂଜ୍ୟ ଦର୍ଶକ ମାନଙ୍କ ଆଶୀର୍ବାଦରୁ ସମ୍ଭବ ହୋଇପାରିଛି ବୋଲି ନୃତ୍ୟଙ୍ଗନା ସଂଗୀତା ସାହୁ କହିଛନ୍ତି। ନୃତ୍ୟଶିଳ୍ପୀ ସଂଗୀତା ପଶ୍ଚିମବଙ୍ଗର ଝିଅ କଟକ କଲେଜଛକ ବିଶିଷ୍ଟ ବ୍ୟବସାୟୀ ତଥା ରାଜନୀତିଜ୍ଞ ଖିରୋଦ କୁମାର ସାହୁଙ୍କ ଅଧ୍ୟମ ପୁତ୍ର ଅରୁଣ କୁମାର ସାହୁଙ୍କୁ ବିବାହକରି ଯୌଥ ପରିବାରରେ ସୁଗୃହିଣୀ ଓ ନୃତ୍ୟଶିଳ୍ପୀ ଭାବରେ ଖୁବ ସୁନାମ ଅର୍ଜ୍ଜନ କରୁଛନ୍ତି। ଏଥିପାଇଁ ବିଭିନ୍ନ କଳାକାର ଓ ବୁଦ୍ଧିଜୀବି ପ୍ରଶଂସା କରିଛନ୍ତି।