ଭୁବନେଶ୍ୱର, ୧୨/୦୩: ବିଧାନସଭାର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଚାଲିଥିବା ବେଳେ ଆଜି ଚତୁର୍ଥ ଦିନରେ ଗୃହ ଆରମ୍ଭରୁ ବିରୋଧୀ ସଦସ୍ୟଙ୍କ ହୋହାଲ୍ଲା-ହଟ୍ଟଗୋଳ ଦେଖିବାକୁ ମିଳିଛି। ରାଜ୍ୟରେ ଏଲପିଜି ଗ୍ୟାସ ଅଭାବର ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଙ୍ଗାମା ଯୋଗୁଁ ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବୀ ରଖିଥିଲେ ବାଚସ୍ପତି ସୁରମା ପାଢୀ ।
ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ପ୍ଲାକାର୍ଡ ଧରି ଗୃହ ମଧ୍ୟଭାଗକୁ ଆସି ହୋହାଲ୍ଲା ଏବଂ ହଙ୍ଗାମା କରିଥିଲେ। ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ପରେ କେହି ଗୃହକୁ ସ୍ୱାଭାବିକ ଚାଲିବାକୁ ସହଯୋଗ ନ କରିବାରୁ ବାଧ୍ୟ ହୋଇ ବାଚସ୍ପତି ଗୃହକୁ ୧୧.୩୦ ଯାଏଁ ମୁଲତବୀ ରଖିଥିଲେ। ପରେ ୧୨ଟା ୧୦ ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି।
ସେପଟେ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି। ବିରୋଧୀ ଦଳ ଲୋକଙ୍କୁ ବିଭ୍ରାନ୍ତ କରିବାର କୌଣସି କାରଣ ନାହିଁ। ଓଡ଼ିଶାରେ ପ୍ରଚୁର ମାତ୍ରାରେ ଗ୍ୟାସ୍ ଉପଲବ୍ଧ ଅଛି। ଯୁଦ୍ଧ ପାଇଁ ଆସିବା ବିଳମ୍ବ ହେଉଛି, କୌଣସି ସମସ୍ୟା ନାହିଁ। ବିରୋଧୀ ଦଳ ପକ୍ଷରୁ ରାଜନୀତି କରିବା ଉଚିତ୍ ନୁହେଁ। ବିରୋଧୀ ଦଳ ଲୋକଙ୍କୁ ବିଭ୍ରାନ୍ତ କରିବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ବିଧାୟକ।