ଷ୍ଟାଇପେଣ୍ଡ ନ ପାଇ ଗଜପତି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଶତାଧିକ ଛାତ୍ରଛାତ୍ରୀ

ଦାବି ପୂରଣ ନହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ

ପାରଳାଖେମୁଣ୍ଡି, ୧୨/୦୩(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ରାମଗିରି ଡଃ ବାବା ସାହେବ୍ ଆମ୍ବେଦକର ଜାତୀୟ ସ୍ନାତକ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଚଳିତ ବର୍ଷ ଷ୍ଟାଇପେଣ୍ଡ ପାଇ ପାରି ନାହାଁନ୍ତି। ପୋଷ୍ଟ ମେଟ୍ରିକ୍ ଷ୍ଟାଇପେଣ୍ଡ ପାଇବା ପାଇଁ ସେମାନେ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ମହାବିଦ୍ୟାଳୟ ଅନୁବନ୍ଧିତ ସମସ୍ୟା ରହିଥିବା ହେତୁ ସେମାନେ ଏହି ଷ୍ଟାଇପେଣ୍ଡ ପାଇବା ପାଇଁ ସମସ୍ୟା ହେଉଥିବା ଜଣା ପଡ଼ିଛି। ଏନେଇ ଶତାଧିକ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ନିଜର ସମସ୍ୟା ଜଣାଇଥିଲେ। ଜିଲ୍ଲାପାଳ ଏହି ଅଭିଯୋଗ ଶୁଣି ତୁରନ୍ତ ଏ ସମ୍ପର୍କରେ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଷ୍ଟାଇପେଣ୍ଡ ପ୍ରଦାନ ପାଇଁ କିଛି ସମୟ ମାଗିଛନ୍ତି। ଏନେଇ ଏହି ଦୁଃଖ ଦାୟକ ସମସ୍ୟା ସମାଧାନ ନ ହେଲେ ଆମେ ପୁଣି ଥରେ ରାଜ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିବା ପାଇଁ ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ।