ଭତ୍ତା ଅପେକ୍ଷାରେ ୬ ଲକ୍ଷ ବ୍ୟକ୍ତି

କଟକରେ ସର୍ବାଧିକ ଅପେକ୍ଷାରେ: ମନ୍ତ୍ରୀ

ଭୁବନେଶ୍ୱର, ୧୩/୦୩: ମଧୁବାବୁ ପେନସନ ଯୋଜନାରେ ଭତ୍ତା ଅପେକ୍ଷାରେ ୬ ଲକ୍ଷ ବ୍ୟକ୍ତି। ମୋଟ୍ ୬ ଲକ୍ଷ ୩୬ ହଜାର ୮୫୮ ଜଣ ଆବେଦନକାରୀ ଭତ୍ତା ଅପେକ୍ଷାରେ ଅଛନ୍ତି। ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ରଖି ଏହା କହିଛନ୍ତି।

ମନ୍ତ୍ରୀ କହିଛନ୍ତି, ୮୦ରୁ ଊର୍ଦ୍ଧ ବୟସ୍କ ୩୬୯୨ ଜଣ ଆବେଦନ କରି ଅପେକ୍ଷା କରିଛନ୍ତି। ୮୦%ରୁ ଅଧିକ ଭିନ୍ନକ୍ଷମ ୫୯୮୧ ଜଣ ଆବେଦନ କରି ଭତ୍ତା ଅପେକ୍ଷାରେ। ଗଞ୍ଜାମରେ ସର୍ବାଧିକ ୬୫ ହଜାର ୫୫ ଜଣ ଭତ୍ତା ପାଇଁ ଅପେକ୍ଷା କରିଛନ୍ତି। କଟକରେ ସର୍ବାଧିକ ୫୬୫ ଜଣ ଭିନ୍ନକ୍ଷମ ବ୍ୟକ୍ତି ଭତ୍ତା ଅପେକ୍ଷାରେ ଅଛନ୍ତି।