ରନ୍ଧନ ଗ୍ୟାସ୍ ର ଉପଲବଧତା ନେଇ ଆଭାସୀ ବୈଠକ
ଆପାତକାଳୀନ ପରିସ୍ଥିତି ନିମନ୍ତେ ଅଗ୍ରାଧିକାର ଭିତ୍ତିରେ ମିଳିବ ଗ୍ୟାସ
ଓଟିପି ମାଧ୍ୟମରେ ଗ୍ୟାସ ବୁକିଙ୍ଗ ଓ ଡେଲିଭରୀ ଉପରେ ଗୁରୁତ୍ୱ
ଗ୍ରାମାଞ୍ଚଳରେ ବିତରଣ ଅବଧି ଦିନ ୪୫ ଦିନକୁ ବୃଦ୍ଧି
ଭୁବନେଶ୍ୱର, ୧୩/୦୩: ଦେଶରେ ରନ୍ଧନ ଗ୍ୟାସ୍ (ଏଲ ପି ଜି) ର ଉପଲବ୍ଧତା ଓ ସୁରୁଖୁରୁରେ ବିତରଣ ନିମନ୍ତେ ଆଜି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ସଚିବ , ଉପଭୋକ୍ତା ବ୍ୟାପାର ବିଭାଗର ସଚିବ ଙ୍କ ଅଧ୍ୟକ୍ଷତାରେ ସବୁ ରାଜ୍ୟର ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ମାନଙ୍କ ମଧ୍ୟରେ ଆଭାସୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ତ୍ତ ଵିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଆଭାସୀ ବୈଠକରେ ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ ବିଭାଗର ପ୍ରମୁଖ ସଚିବ ଶ୍ରୀ ସଂଜୟ କୁମାର ସିଂ ଓ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତଥିଲେ। ଏହି ବୈଠକରେ ଦେଶରେ ରନ୍ଧନ ଗ୍ୟାସ୍ ର ସଠିକ୍ ବିତରଣ ଓ ସ୍ୱଚ୍ଛତାର ସହ କରିବାକୁ ଗୁରୁତ୍ୱ ଦିଆଯାଇଛି । କଳାବଜାରୀ ରୋକିବାକୁ ଓ ଟି ପି ମାଧ୍ୟମରେ ଵୁକିଂ ଓ ଡେଲିଭରୀ ଉପରେ ଗୁରୁତ୍ବ ଦିଆଯିବାକୁ କଡ଼ାକଡ଼ି ନିର୍ଦ୍ଦେଶ ରହିଛି । ଆପାତକାଳୀନ ପରିସ୍ଥିତିରେ କମର୍ସିଆଲ ଗ୍ୟାସ ପୂର୍ବରୁ ଯେତିକି ବ୍ୟବହାର କରୁଥିଲେ ତାର ୨୦% ବର୍ତ୍ତମାନ ପ୍ରଦାନ କରାଯିବ । ଅତ୍ୟଧିକ ବୁକିଂ ଯୋଗୁ ସର୍ଭର ଗତି ଧୀର ହେଇଯାଇଛି ଏଥିରେ ବାଧା ନ ହେବା ନିମନ୍ତେ ସର୍ଭର ସ୍ପିଡ୍ ବଢେଇବା କାର୍ଯ୍ୟ ଚାଲୁଅଛି। ଗ୍ରାମାଞ୍ଚଳ ରେ ଡେଲିଭରୀ ଅବଧି ୪୫ ଦିନକୁ ବୃଦ୍ଧି କରା ଯାଇଛି। ଗ୍ୟାସ୍ ବିତରଣ ପ୍ରକିୟା କୁ ନେଇ ସବୁ ରାଜ୍ୟ ଓ ଜିଲ୍ଲା ସ୍ତରରେ ଦୃଢ଼ ପଦକ୍ଷେପ ନିଆଯାଉଛି । ଏଲ ପି ଜି ଗ୍ୟାସର ଅବୈଧ ଗଚ୍ଛିତ ଓ ସଂଗ୍ରହ ଉପରେ ପ୍ରତ୍ୟେକ ଜିଲ୍ଲା ସ୍ତରରେ ଏନଫୋର୍ସମେଣ୍ଟ ସ୍କ୍ୱାଡ ନିୟୋଜିତ ରହି କଳାବଜାରୀ ମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ରନ୍ଧନଗ୍ୟାସ୍ କୁ ନେଇ ବିବ୍ରତ ନ ହେବାକୁ ଜନସାଧାରଣଙ୍କୁ ପ୍ରମୁଖ ଶାସନସଚିବ ନିବେଦନ କରିଛନ୍ତି।