ଭୁବନେଶ୍ୱର, ୧୫/୦୩: କଂଗ୍ରେସର ମେହନା ବିଧାୟକ ଦାଶରଥୀ ଗମାଙ୍ଗଙ୍କୁ ସୋ କଜ୍ ନୋଟିସ୍। କାରଣ ଦର୍ଶାଅ ନୋଟିସ୍ ଜାରି କଲା PCC ଶୃଙ୍ଖଳା କମିଟି। ଆଜି ସନ୍ଧ୍ୟା ୬ଟା ସୁଦ୍ଧା ଦଳୀୟ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି। ବ୍ୟକ୍ତିଗତ ଭାବେ ହାଜର ହୋଇ ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଧାରିତ ସମୟରେ ନ ପହଞ୍ଚିଲେ କିମ୍ବା ସନ୍ତୋଷଜନକ ଲିଖିତ ଉତ୍ତର ନ ଦେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ସେପଟେ ଦାଶରଥୀ ଗମାଙ୍ଗ ଦଳୀୟ ନେତୃତ୍ବଙ୍କ ଯୋଗାଯୋଗ ବାହାରେ ଥିବା ବେଳେ ରାମଚନ୍ଦ୍ର କାଡାମ୍ କହିଛନ୍ତି ଯେ, ଆମର ୧୪ ବିଧାୟକ ଏକ ଅଛୁ, ଯେଉଁମାନେ ବାହାରେ ଅଛନ୍ତି। ଠିକ୍ ସମୟରେ ଆସି ପହଞ୍ଚିବେ। ଦାଶରଥୀ ଗମାଙ୍ଗ ନିଖୋଜ ନାହାନ୍ତି। ସେ ଯୋଗାଯୋଗରେ ଅଛନ୍ତି। ଦାଶରଥୀଙ୍କ ସହ ଫୋନରେ ଯୋଗାଯୋଗ କରିଥିଲି। ମୁଁ ତାଙ୍କ ସହ କଥା ହୋଇଛି, ସେ AICCର ନିଷ୍ପତି ମାନିବେ।