ଭୁବନେଶ୍ୱର, ୧୫/୦୩: ରାଜ୍ୟସଭା ନିର୍ବାଚନ ପାଇଁ ରାଜନୀତି ତାତି ଜୋର ଧରିଥିବା ବେଳେ ସାଂଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା। ବର୍ତ୍ତମାନ କଂଗ୍ରେସର କିଛି ସାଂସଦ କର୍ଣ୍ଣାଟକରେ ଥିବା ବେଳେ ସେଠାରେ ବିଧାୟକମାନଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ ଆଣିଛନ୍ତି ସାଂସଦ ସପ୍ତଗିରି ଉଲାକା।
ସାଂସଦ କହିଛନ୍ତି, ଆମ ବିଧାୟକଙ୍କୁ ଟ୍ରାପ୍ କରିବାକୁ ପାଞ୍ଚ ପାଞ୍ଚ କୋଟି ଅଫର୍ କରାଯାଉଛି। ବେଙ୍ଗାଳୁରୁ ସ୍ଥିତ ହୋଟେଲ୍ରେ ଥିବା ବିଧାୟକଙ୍କୁ ଟ୍ରାପ୍ ପାଇଁ ଉଦ୍ୟମ କରାଯାଇଛି। ଓଡ଼ିଶାରୁ ୪ ଜଣ ଲୋକ ଆସିଛନ୍ତି, ସେମାନଙ୍କୁ ଦିଲ୍ଲୀପ ରାୟ ପଠାଇଛନ୍ତି। ଏଠି ଆମର ୮ ଭୋଟ୍ ଓ ଭୁବନେଶ୍ବରରେ ଆଉ ୬ ଭୋଟ୍ ସୁରକ୍ଷିତ ଅଛି। ଯେଉଁ ୪ ଜଣ ଓଡ଼ିଶାରୁ ଆସିଥିଲେ ସେମାନଙ୍କ ନାଁରେ FIR କରିଛୁ।
ଅନ୍ୟପଟେ କଂଗ୍ରେସ ବିଧାୟକଙ୍କୁ ପ୍ରଭାବିତ ଉଦ୍ୟମ ଘଟଣାରେ ବୟାନ ଦେଇଛନ୍ତି କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର। ଉପମୁଖ୍ୟମନ୍ତ୍ରୀ ଶିବକୁମାର କହିଛନ୍ତି, ଓଡ଼ିଶାରୁ ଯାଇଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣ ଅଟକ ରଖାଯାଇଛି। ସେମାନେ ରାଜ୍ୟସଭା ଭୋଟ୍ ପାଇଁ ୫ କୋଟି ଟଙ୍କା ପ୍ରସ୍ତାବ ଦେବା ମାନିଛନ୍ତି। ତେବେ ୨ ଜଣ ପଳାଇ ଯାଇଛନ୍ତି।