ବାଜିଲା ନିର୍ବାଚନ ବିଗୁଲ୍

କେଉଁଠି କେବେ ହେବ ଭୋଟ୍

ନୂଆଦିଲ୍ଲୀ, ୧୫/୦୩: ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ। ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ। ପଶ୍ଚିମବଙ୍ଗ, ଆସାମ, କେରଳମ୍, ତାମିଲନାଡୁ, ପୁଡୁଚେରୀ ପାଇଁ ଘୋଷଣା କରାଯାଇଛି। ଏହି ନିର୍ବାଚନରେ ୧୭.୪ କୋଟି ଭୋଟର ଭାଗ ନେବେ।

ଆସାମ, କେରଳ, ପୁଡୁଚେରୀରେ ଏପ୍ରିଲ ୯ ତାରିଖରେ ଭୋଟ୍ ହେବ। ମେ’ ୪ରେ ଭୋଟ ଗଣତି ହେବ। ଏପ୍ରିଲ ୨୩ ତାରିଖରେ ତାମିଲନାଡୁରେ ଭୋଟ୍ ହେବ। ସେଠାରେ ବି ମେ’ ୪ରେ ଭୋଟ ଗଣତି ହେବ। ଏପ୍ରିଲ ୨୩ ଓ ୨୯ ତାରିଖରେ ପଶ୍ଚିମବଙ୍ଗ ଭୋଟ୍ ହେବ। ଏଠାରେ ମଧ୍ୟ ମେ’ ୪ରେ ଭୋଟ ଗଣତି ହେବ।