ଢେଙ୍କାନାଳ, ୧୯/୦୩: ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ କମଳାକାଂସୁ ଜିଏମଆର କମଳାଙ୍ଗ ଏନର୍ଜି ଲିମିଟେଡ଼ (ଜିକେଇଲ) କାର୍ଯ୍ୟରତ ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ସହ ସ୍ଥାନୀୟ ଅଞ୍ଚଳର ବିକାଶ ଦିଗରେ ପ୍ରୟାସ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଜିକେଇଲ ପରିସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ “ସହଯୋଗ ଉତ୍ସବ” ବୁଧବାର ସନ୍ଧ୍ୟାରେ ଆୟୋଜନ କରାଯାଇଥିଲା।
ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଏଡିଏମ୍ ଲଳିତ ମୋହନ ବେହେରା ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବକୁ ଉଦଘାଟନ କରିଥିଲେ। ଏଡିଏମ୍ କମ୍ପାନୀରେ କାର୍ଯ୍ୟରତ ୬୦ ଜଣ ଶ୍ରମିକଙ୍କୁ ସାଇକେଲ ବଣ୍ଟନ କରିଥିଲେ। ଏଥି ସହ ୧୦ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍, ୫୦ ଜଣଙ୍କୁ ହାତ ଘଣ୍ଟା ଓ ୧୦ ଜଣଙ୍କୁ ସିଲେଇ ମେସିନ ବଣ୍ଟନ କରିଥିଲେ।

ଜିକେଇଲେ କର୍ମଚାରୀଙ୍କ ଦ୍ୱାରା ସ୍ୱେଚ୍ଛାକୃତ ଭାବେ ଅର୍ଥ ସଂଗ୍ରହ କରି ସ୍ଥାନୀୟ ଅଞ୍ଚଳରେ ଉନ୍ନତ କ୍ଷେତ୍ରରେ ବିନିଯୋଗ କରିଥିବାରୁ ଏଡିଏମ୍ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
କମ୍ପାନୀର ପ୍ରୋଜେକ୍ଟ ହେଡ୍ ମନୋଜ ମିଶ୍ର ଓ ପ୍ଲାଣ୍ଟ ହେଡ୍ ରଘୁନାଥ ପିଭି ଏହି ଉତ୍ସବରେ ଯୋଗ ଦେଇଥିବାରୁ ଏଡିଏମଙ୍କୁ ଧନ୍ୟବାଦ ଜଣାଇଥିଲେ।
ପ୍ରତିବର୍ଗ କମ୍ପାନୀ କର୍ମଚାରୀ ଓ ଆସୋସିଏଟ୍ ଏଜେନ୍ସିମାନେ ସ୍ୱେଚ୍ଛାକୃତ ଭାବେ ଅର୍ଥ ସଂଗ୍ରହ କରି “ସହଯୋଗ ଉତ୍ସବ” ପାଳନ କରିବା ସହ କମଳାଙ୍ଗ ଓ ମଙ୍ଗଳପୁର ଗ୍ରାମପଞ୍ଚାୟତର ଉନ୍ନତି ପାଇଁ ବିନିଯୋଗ କରିଆସୁଛନ୍ତି।