କାନପୁର ଯାତ୍ରା କମିଟି ପକ୍ଷରୁ କଳାକାରମାନଙ୍କୁ ସମ୍ବର୍ଦ୍ଧନା

ସମାଜ ସଂସ୍କାରଧର୍ମୀ ନାଟକ ମଞ୍ଚସ୍ଥ

କଟକ, ୨୦/୦୩: କଟକ ଜିଲ୍ଲା ଟାଂଗୀ ଥାନା ଅନ୍ତର୍ଗତ କାନପୁର ନବଦୋଳ ମହୋତ୍ସବ କମିଟି ପାଳନ କରିଛି ତାର ୫୩ ତମ ବାର୍ଷିକୋତ୍ସବ। ଏହି ପରିପ୍ରେକ୍ଷୀରେ ଯାତ୍ରା କମିଟି ପକ୍ଷରୁ ଅନୁଷ୍ଠିତ ଉତ୍ସବରେ ଅପେରା ଶ୍ରୀ ମନ୍ଦିର ପକ୍ଷରୁ ୩ ଦିନ ଧରି ସମାଜ ସଂସ୍କାରଧର୍ମୀ ନାଟକ ମଞ୍ଚସ୍ଥ ହୋଇଥିବା ଜଣାପଡିଛି। ଏଥିରେ ଉଚ୍ଚକୋଟୀର ଅଭିନୟ କରିଥିବା କଳାକାରମାନଙ୍କୁ ମୁଖ୍ୟ ଅତିଥି ଭାବେ ଟେଟ୍ରାହେଡ୍ରନ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ ର ଅଧ୍ୟକ୍ଷ ତ୍ରିଦେବ ବେହେରା ଉପସ୍ଥିତ ରହି ଉପଢୌକନ ଓ ପ୍ରଶଂସାପତ୍ର ପ୍ରଦାନ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଦିପ୍ତିମୟୀ ବେହେରା, ପ୍ରାକ୍ତନ ସରପଞ୍ଚ ସୁବୋଧ ସାମଲ, ଭାରତ ମସଲାର ବରିଷ୍ଠ ଅଧିକାରୀ ନବକୃଷ୍ଣ ପ୍ରଧାନ ପ୍ରମୁଖ ଯୋଗଦେଇ କଳାକାର ମାନଙ୍କ ପ୍ରତିଭାର ଗୁଣଗାନ କରିଥଲେ। ବହୁଚର୍ଚ୍ଚିତ କଳାକାର, କାହ୍ନା, ଟିକି, ଅଜୁ, ଆପୁ, ଜିନୁ, ରୋଜି ଓ ଅକ୍ଷୟ ପାତ୍ର ଭଳି କଳାକାର ମାନେ ଅତିଥି ମାନଙ୍କ ଦ୍ୱାରା ସମ୍ୱର୍ଦ୍ଧିତ ହୋଇଥିଲେ। ଏଥିରେ ଯାତ୍ରା କମିଟିର ସଭାପତି ପ୍ରଫୁଲ୍ଲ କୁମାର ସାହୁ, ଉପସଭାପତି ଗଙ୍ଗାଧର ଦାସ,ସମ୍ପାଦକ ଧନେଶ୍ଵର ନାୟକ, କୋଷାଧ୍ୟକ୍ଷ ରଙ୍ଗାଧର ବେହେରା ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରସନ୍ନ ସାହୁ, ଅଜୟ ନାୟକ, ମୁନା ମହାନ୍ତି, ଅଜିତ ସ୍ଵାଇଁ ବାବୁଲି ନାୟକ, ଗଗନ ମହାନ୍ତି, ଜୟନ୍ତ ବେହେରା,ଜୟଦତ୍ତ ମହାନ୍ତି ଙ୍କ ସମେତ କମିଟିର ସଦସ୍ୟ ମାନେ ପରିଚାଳନା କରିଥଲେ।