ଭୁବନେଶ୍ୱର, ୨୦/୦୩: ଭୁବନେଶ୍ୱର CRP ଛକ ନିକଟ ପ୍ରିୟଦର୍ଶିନୀ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିଛି। ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ ଗିଫ୍ଟ ଦୋକାନରେ ନିଆଁ ଲାଗି ଅନ୍ୟ ଦୋକାନକୁ ବ୍ୟାପିଥିବାର ସୂଚନା ମିଳିଛି। ତେବେ ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।
ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛି ଅଗ୍ନିଶମ ବାହିନୀ। ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ ବାହିନୀ ଓ ୬ଟି ଦମକଳ ଗାଡ଼ି ନିୟୋଜିତ ଅଛି। ଅଗ୍ନିକାଣ୍ଡରେ ୧୦ରୁ ଉର୍ଦ୍ଧ୍ବ ଦୋକାନ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବହୁ ସାମଗ୍ରୀ ଜଳି ଯାଇଥିବା ସୂଚନା ମିଳିଛି। ନିଆଁ ଲାଗିବା ଯୋଗୁଁ ଆଖପାଖ ଅଞ୍ଚଳରେ ଧୂଆଁ ବ୍ୟାପି ଯାଇଛି।