ଆଦିତ୍ୟ ଆଲୁମିନିୟମ, ଲପଙ୍ଗା ପକ୍ଷରୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ଯୁଗାନ୍ତକାରି ପଦକ୍ଷେପ
ଆଦିତ୍ୟ ଆଲୁମିନିୟମର ମହତ୍ତ୍ଵ ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଧିବାସୀଙ୍କ ପ୍ରଶଂସା
ରେଙ୍ଗାଲି, ୨୩/୦୩: ସ୍ଥାନୀୟ ଅଧିବାସୀଙ୍କ ଦାବି ଓ ରେଙ୍ଗାଲି ପିଏଚସି ରେ ରୋଗୀଙ୍କ ସଂଖ୍ୟାକୁ ଆଖିଆଗରେ ରଖି ଆଦିତ୍ୟ ଆଲୁମିନିୟମ,ଲପଙ୍ଗା ପକ୍ଷରୁ ରେଙ୍ଗାଲି ପିଏଚସି କୁ ବିଭିନ୍ନ ସୁବିଧା ଯଥା ଏକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି, ଯାହାଦ୍ବାରା ଜରୁରୀ କାଳୀନ ପରିସ୍ଥିତିରେ ରୋଗୀକୁ ସମ୍ବଲପୁର ମେଡିକାଲ୍ ଓ ବୁର୍ଲା ମେଡିକାଲ୍ କୁ ମାଗଣାରେ ପହଞ୍ଚି ପାରିବେ । ଏଥିସହିତ ବିଶେଷଜ୍ଞ ଡାକ୍ତର ମଧ୍ୟ ରୋଗୀଙ୍କ ସୁବୋଧ ପାଇଁ (ଶିଶୁ ରୋଗ, ସ୍ତ୍ରୀ ରୋଗ , ମେଡିସିନ) ଯୋଗାଇଦିଆଯାଇଛି, ମାଗଣା ଏକ୍ସରେ ର ସୁବିଧା ପାଇଁ ମା ସମଲେଶ୍ଵରୀ ହସ୍ପିଟାଲ ସହିତ ଯୋଗାଯୋଗ କରାଯାଇ ସୁବିଧା ଯୋଗାଇ ଦିଆଯାଇଛି । ଉକ୍ତ ସୁବିଧା ଦ୍ୱାର ରେଙ୍ଗାଲି ବ୍ଲକ ର ପ୍ରାୟ ଏକ ଲକ୍ଷରୁ ଉର୍ଦ୍ଧ୍ବ ଜନସାଧାରଣ ଉପକୃତ ହେବେ। ଉଦଘାଟନୀ ସମୟରେ ରେଙ୍ଗାଲି ବ୍ଲକ ର ପୂର୍ବତନ ବିଧାୟକ ଶ୍ରୀ ଦୁର୍ଯୋଧନ ଗଡତିଆ, ପୂର୍ବତନ ବିଧାୟକ ଶ୍ରୀ ନାଉରୀ ନାୟକ, ଜିଲ୍ଲାପରିଷଦ ଶ୍ରୀ ଦେଓ ନାରାୟଣ ତିୱାରୀ, ରେଙ୍ଗାଲି ବ୍ଲକ ଅଧକ୍ଷ ଶ୍ରୀ ସତ୍ୟନାରାୟଣ ଅଗ୍ରୱାଲ,ରେଙ୍ଗାଲି ବରିଷ୍ଠ ନାଗରିକ ଶ୍ରୀ ଅନ୍ତର୍ଯ୍ୟାମୀ ପାଣି ରହିଥିଲେ, କତରବଗା ସରପଞ୍ଚ ନୀଳାମ୍ବର ରୋହିଦାସ, ନିଶାନଭଙ୍ଗା ସରପଞ୍ଚ ଶ୍ରୀ ସରୋଜ ମେହେର, ବୋମାଲୋଇ ର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଶେଷ ଦେବ ପଧାନ, ଜଙ୍ଗଲା ର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ମୁରାରି ବିଶ୍ଵାଳ ଉପସ୍ଥିତି ରହିଥିଲେ ଏଥିସହିତ ସରକାରଙ୍କର ବିଭିନ୍ନ ବିଭାଗର ଅଧିକାରୀ ସିଡ଼ିଏମୋ, ସମ୍ବଲପୁର ଶ୍ରୀ ପ୍ରଦୀପ ହୋତା, ବିଡିଓ, ରେଙ୍ଗାଲି, ଶ୍ରୀ ପ୍ରିତମ ତନ୍ତୀ, ତହସିଲଦାର ତକ୍ଷ ରାଜ ଭିତ୍ରିଆ, ଆରଟିଓ ସମ୍ବଲପୁର, ରାମଦାସ ଟୁଡୁ, ସୁପରିଟେଣ୍ଟ ଲଇଡା ସିଏଚସି ଡକ୍ଟର ଆସି ରଞ୍ଜନ ମାଝୀ, ପିଏଚସି ରେଙ୍ଗାଲି ର ଅଧିକାରୀ ଡ଼ାକ୍ତର ଶୁଭମ୍ ସିଂ ଉପସ୍ଥିତ ରହି ଥିଲେ। ଆଦିତ୍ୟ ଆଲୁମିନିୟମ ଅଧିକାରୀ କ୍ଲଷ୍ଟର ମାନବସମ୍ବଳ ମୁଖ୍ୟ ଡକ୍ଟର କ୍ରିଷ୍ଣା ପାଢ଼ୀ, ମୁଖ୍ୟ ପରିଚାଳକ ଶ୍ରୀଯୁକ୍ତ ଜଗନ୍ନାଥ ପ୍ରସାଦ ନାୟକ, ମାନବସମ୍ବଳ ମୁଖ୍ୟ ଶ୍ରୀଯୁକ୍ତ ବିନୋଦା ନନ୍ଦ ଠାକୁର, ଉପସ୍ଥିତ ରହିଥିଲେ। ଉକ୍ତ କାର୍ଯ୍ୟଟି ସିଏସଆର ମୁଖ୍ୟ ଶ୍ରୀଯୁକ୍ତ ରବି ନିୱାସଙ୍କ ତତ୍ତ୍ଵାବଧାନରେ ସଂପୂର୍ଣ୍ଣ ହୋଇଥିଲା ଏବଂ ଉପ ପ୍ରବନ୍ଧକ ଶ୍ରୀଯୁକ୍ତ ମନୋରଂଜନ ବେହେରା ମଞ୍ଚ ପରିଚାଳନା କରିଥିଲେ। ଆଦିତ୍ୟ ଆଲୁମିନିୟମ ର ଏଭଳି ମହତ୍ତ୍ଵ ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଧିବାସୀ ମାନେ ପ୍ରଶଂସା କରିଥିଲେ।