ଆଇପିଏଲ ଖେଳିବେନି ଧୋନି!

ସୋସିଆଲ ମିଡ଼ିଆରେ ବଡ଼ ସୂଚନା ଦେଲା ସିଏସକେ

ନୂଆଦିଲ୍ଲୀ, ୨୮/୦୩: ୨ ସପ୍ତାହ ପାଇଁ IPL ଖେଳି ନ ପାରନ୍ତି ମହେନ୍ଦ୍ର ସିଂ ଧୋନି। ତାଙ୍କ ଗୋଡ଼ରେ ଆହତ କାରଣରୁ ପ୍ରଥମ ୨ ସପ୍ତାହ ଖେଳି ନ ପାରନ୍ତି। ଏନେଇ ସୋସିଆଲ ମିଡ଼ିଆରେ ସୂଚନା ଦେଇଛି ଚେନ୍ନାଇ ସୁପର କିଙ୍ଗ୍‌ସ।

ସିଏସକେ କହିଛି ଯେ, ଧୋନିଙ୍କ ଗୋଡ଼ ମାଂସପେଶୀରେ ଆଘାତ ପାଇଁ ସେ ବର୍ତ୍ତମାନ ବିଶ୍ରାମ କରୁଛନ୍ତି। ଯେଉଁଥିପାଇଁ ସେ IPL 2026 ର ପ୍ରଥମ ଦୁଇ ସପ୍ତାହ ଖେଳିପାରିବେ ନାହିଁ।

ଏହି ସିଜିନରେ ଏମ୍ ଏସ୍ ଧୋନିଙ୍କ ଅନୁପସ୍ଥିତିରେ ସଞ୍ଜୁ ସାମସନଙ୍କୁ ୱିକେଟ୍ କିପିଂ କରିବାର ଆଶା କରାଯାଉଛି। ଆଇପିଏଲ୍ ୨୦୨୫ରେ ଚେନ୍ନାଇର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା, ଗତ ସିଜିନରେ ପଏଣ୍ଟ ଟେବୁଲରେ ଶେଷ ସ୍ଥାନରେ ଥିଲା।