ବିଜେଡିକୁ ଶକ୍ତ ଝଟକା

ଦଳ ଛାଡ଼ିଲେ ଜିଲ୍ଲା ମହିଳା କାର୍ଯ୍ୟକାରୀ ସଭାପତି

କଟକ, ୦୧/୦୪: କଟକ ବିଜେଡିକୁ ଶକ୍ତ ଝଟକା। ଦଳ ଛାଡ଼ିଲେ ଜିଲ୍ଲା ମହିଳା କାର୍ଯ୍ୟକାରୀ ସଭାପତି। ମହିଳା କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣିମା ସିଂ ଦଳରୁ ଇସ୍ତଫା ଦେଇଛନ୍ତି।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଲେ ଇସ୍ତଫାପତ୍ର। ଦଳ ମୂଳ ବିଚାରଧାରାରୁ ଦୂରେଇ ଯାଇଥିବା ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି। ଦଳ ପ୍ରତି ସମର୍ପଣ ଭାବର କିଛି ମୂଲ୍ୟ ନାହିଁ; କର୍ମୀଙ୍କୁ ଅଣଦେଖା ହେଉଛି। ଦଳ ପାଇଁ ସତ କହିଲେ ଅପରାଧୀ ବୋଲି କୁହାଯାଉଛି ବୋଲି ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି।