୨୧୦.୭୫ MT କୋଇଲା ପରିବହନ କରି MCL ର ନୂଆ ରେକର୍ଡ

୯୯.୪% କୋଇଲା ପରିବେଶ ଅନୁକୂଳ ସର୍ଫେସ ମାଇନର୍ ଦ୍ୱାରା ଉତ୍ପାଦିତ

ସମ୍ବଲପୁର, ୦୧/୦୪: ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (MCL) ଆର୍ଥିକ ବର୍ଷ ୨୦୨୫-୨୬ (FY’26) ରେ ୨୧୦.୭୫ ନିୟୁତ ଟନ (MT) କୋଇଲା ପରିବହନ (Dispatch) କରି ଏକ ଐତିହାସିକ ରେକର୍ଡ ସ୍ଥାପନ କରିଛି।

FY’26 ରେ ମୋଟ ୨୧୮.୩୦ ନିୟୁତ ଟନ କୋଇଲା ଉତ୍ପାଦନ ହୋଇଛି, ଯେଉଁଥିରୁ ୯୯.୪% କୋଇଲା ପରିବେଶ ଅନୁକୂଳ ସର୍ଫେସ ମାଇନର୍ ଦ୍ୱାରା ଉତ୍ପାଦିତ।

୩୨୬.୬୨୬ ନିୟୁତ ଘନ ମିଟର ଓଭରବର୍ଡେନ ଅପସାରଣ କରାଯାଇଛି। ଗ୍ରାହକଙ୍କୁ ନିରବଚ୍ଛିନ୍ନ ଯୋଗାଣ ପାଇଁ ୪୩.୭୬ ନିୟୁତ ଟନ କୋଇଲା ଷ୍ଟକରେ ଉପଲବ୍ଧ ଅଛି।

FMC ମାଧ୍ୟମରେ ଦୈନିକ ୩୪ଟି ରେକ (Rakes) ପରିବହନ ସହ MCL ସର୍ବାଧିକ ରେକ ଲୋଡିଂ କରୁଥିବା ଅନୁଷଙ୍ଗୀ କମ୍ପାନୀ ହୋଇପାରିଛି।

ତାଳଚେର କୋଇଲାକ୍ଷେତ୍ରର ଭୁବନେଶ୍ୱରୀ OCP ରେ ‘ଅଟୋମେଟିକ୍ ଟ୍ରକ୍ ଲୋଡିଂ ସିଷ୍ଟମ୍’ (ATLS) ଆରମ୍ଭ ହୋଇଛି, ଯାହା ୮୦୦୦ ଟନ ଲକ୍ଷ୍ୟରେ ୯୬୫୬ ଟନ କୋଇଲା ପରିବହନରେ ସହାୟକ ହୋଇଛି। ସାମାଜିକ ବିକାଶ ପାଇଁ CSR ବାବଦରେ ୩୪୧ କୋଟି ଟଙ୍କାର ରେକର୍ଡ ଖର୍ଚ୍ଚ କରାଯାଇଛି।

ଏହି ସଫଳତା ପାଇଁ MCL ର ଅଧ୍ୟକ୍ଷ-ତଥା-ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଉଦୟ ଏ. କାଓଲେ ସମସ୍ତ କର୍ମଚାରୀ ଏବଂ ହିତାଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ଅନୁଗୁଳ ଜିଲ୍ଲାରେ କାର୍ଯ୍ୟରତ MCL ଦେଶର ସବୁଠାରୁ ବଡ କୋଇଲା ଉତ୍ପାଦନକାରୀ କମ୍ପାନୀ।