“ଓଡ଼ିଶାବାସୀଙ୍କୁ ବିଶ୍ବସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ’: ଡକ୍ଟର ତିରୁପତି ପାଣିଗ୍ରାହୀ
ଶଲ୍ୟ ଚିକିତ୍ସା ବିଭାଗର ଓପିଡି ଓ ଚର୍ମରୋଗ ବିଭାଗର ସଂପ୍ରସାରିତ ଓପିଡି ଉଦ୍ଘାଟିତ
ଭୁବନେଶ୍ବର, ୦୩/୦୪: ହାଇଟେକ୍ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଦୁଇଟି ନୂତନ ବିଭାଗ ଓପିଡି ଉଦଘାଟିତ ହୋଇଛି I ରୋଗୀମାନଙ୍କୁ ଉନ୍ନତ ଏବଂ ସୁଲଭ ଚିକିତ୍ସା ଯୋଗାଇଦେବା ଲକ୍ଷ୍ୟରେ ହସ୍ପିଟାଲର ଗ୍ରାଉଣ୍ଡ ଫ୍ଲୋରରେ ଶଲ୍ୟ ଚିକିତ୍ସା ବିଭାଗର ଓପିଡି ଓ ଚର୍ମରୋଗ ବିଭାଗର ସଂପ୍ରସାରିତ ଓପିଡି ଉଦ୍ଘାଟିତ ହୋଇଛି I ହାଇଟେକ୍ ଗ୍ରୁପର ପ୍ରତିଷ୍ଠାତା ଅଧ୍ଯକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ, ମ୍ୟାନେଜିଂ ଟ୍ରଷ୍ଟି ସୁରେଶ ପାଣିଗ୍ରାହୀ ଏବଂ ନିର୍ଦ୍ଦେଶକ ଡାକ୍ତର ରାକେଶ ପାଣିଗ୍ରାହୀ ଏହି ଦୁଇଟି ବିଭାଗର ଶୁଭଉଦ୍ଘାଟନ କରିଛନ୍ତି I ଏହି ନୂତନ ଓପିଡିରେ ଅତ୍ୟାଧୁନିକ ଚିକିତ୍ସା ଉପକରଣ ସହ ଅଭିଜ୍ଞ ଶଲ୍ୟ ଚିକିତ୍ସକ ଓ ଚର୍ମରୋଗ ବିଶେଷଜ୍ଞଙ୍କ ଦ୍ବାରା ପରାମର୍ଶ ଦିଆଯିବା ସହ ସାଧାରଣ ଜନତାଙ୍କୁ ସହଜ ଏବଂ ତ୍ବରିତ ସେବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ଅଧ୍ଯକ୍ଷ ଡଃ ପାଣିଗ୍ରାହୀ କହିଛନ୍ତି ଯେ, “ଓଡ଼ିଶାବାସୀଙ୍କୁ ବିଶ୍ବସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ଆମେ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ।”
ଉଦଘାଟନୀ ଉତ୍ସବରେ ହସ୍ପିଟାଲର ବହୁ ବରିଷ୍ଠ ଡାକ୍ତର, ବିଭାଗୀୟ ମୁଖ୍ୟ, କର୍ମଚାରୀ ଓ ନସିଂ ଷ୍ଟାଫ୍ ଉପସ୍ଥିତ ଥିଲେ I