ରାଜ୍ୟବ୍ୟାପୀ ‘ପ୍ରବେଶ ଉତ୍ସବ’ ଓ ‘ଖଡ଼ିଛୁଆଁ’ ପର୍ବ ପାଳନ

ଖଡ଼ି ଛୁଆଁଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୦୪/୦୪: ରାଜ୍ୟବ୍ୟାପୀ ‘ପ୍ରବେଶ ଉତ୍ସବ’ ଓ ‘ଖଡ଼ିଛୁଆଁ’ ପର୍ବ ପାଳନ ହୋଇଛି। ସ୍କୁଲ ପ୍ରବେଶ ଅବସରରେ କୁନି କୁନି ପିଲାଙ୍କୁ ଖଡ଼ି ଛୁଆଁଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜଭବନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କୁନି କୁନି ପିଲାଙ୍କ ସହ ଭାବ ବିନିମୟ କରିଥିଲେ ମୁଖ୍ୟମନ୍ତ୍ରୀ। ଏହା ପରେ କୁନିକୁନି ପିଲାଙ୍କୁ ଖଡ଼ି ଛୁ୍ଆଇଥିଲେ ମୁଖ୍ୟମନ୍ତ୍ରୀ।

ଏ‌ହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ନେହ ଓ ଶୁଭକାମନା ଜଣାଇ କହିଛନ୍ତି, “ଖଡ଼ିଛୁଆଁରେ ଜ୍ଞାନର ଦୀପ୍ତି, ଅକ୍ଷରେ ଅକ୍ଷରେ ଅସ୍ମିତା,

ଶିଶୁ ବାଟିକାର ଶକ୍ତ ମୂଳଦୁଆ,ଗଢ଼ିବ ସମୃଦ୍ଧ ଓଡ଼ିଶା।”

ରାଜ୍ୟବ୍ୟାପୀ ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ଆଜି ଚତୁର୍ଥ ଦିବସରେ ଆୟୋଜିତ ହେଉଛି ‘ପ୍ରବେଶ ଉତ୍ସବ’ ଓ ‘ଖଡ଼ିଛୁଆଁ’ ପର୍ବ। ଶିକ୍ଷାର ପବିତ୍ର ଅନୁଷ୍ଠାନରେ ପାଦ ଥାପିବାକୁ ଯାଉଥିବା ସମସ୍ତ କୁନି ଭାଇଭଉଣୀଙ୍କୁ ମୋର ଅନେକ ଅନେକ ସ୍ନେହ ଓ ଶୁଭକାମନା। ଆମର ନୂତନ ପିଢ଼ି ଓଡ଼ିଆ ଭାଷା ଓ ସଂସ୍କୃତିକୁ ଆଧାର କରି ସଫଳତାର ଶୀର୍ଷ ସ୍ପର୍ଶ କରନ୍ତୁ। ଗୁଣାତ୍ମକ ଶିକ୍ଷାଦାନକୁ ପ୍ରାଧାନ୍ୟ ଦେଇ ଏକ ଶିକ୍ଷିତ ଓ ସଶକ୍ତ ଓଡ଼ିଶା ଗଠନରେ ସହଭାଗୀ ହେବା।”