ଭୁବନେଶ୍ୱର, ୧୧/୦୪: ମହାନଦୀ ଜଳ ବିବାଦକୁ ନେଇ ଆସନ୍ତା ୨୦ରେ ପରବର୍ତ୍ତୀ ଶୁଣାଣି ହେବ। ଏ ନେଇ ସୂଚନା ଦେଲେ ଆଡ୍ଭୋକେଟ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ। କ୍ଷେତ୍ର ପରିଦର୍ଶନ ରିପୋର୍ଟ ଅନ୍ତର୍ଭୁକ୍ତ କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। ଆଉ ବର୍ଷେ ବଢ଼ିଛି ମହାନଦୀ ଟ୍ରିବ୍ୟୁନାଲ ଅବଧି।
ମହାନଦୀ ବିବାଦକୁ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଅନେକ ଅଗ୍ରଗତି ଘଟିଛି। ରାଜ୍ୟର ବୈଷୟିକ ଟିମ୍ ପାଖାପାଖି ୧୩ଟି ବୈଠକ କରି ସାରିଛନ୍ତି। ମୁଖ୍ୟ ସଚିବ ଓ ସଚିବସ୍ତରୀୟ ମିଟିଂରେ ଅନେକ ବିବାଦୀୟ ପ୍ରସଙ୍ଗରେ ସହମତି ହୋଇଛି। ମୁଖ୍ୟ ସଚିବ ଓ ସଚିବସ୍ତରୀୟ ମିଟିଂରେ ଅନେକ ବିବାଦୀୟ ପ୍ରସଙ୍ଗରେ ସହମତି ହୋଇଛି। ଆପୋଷ ମିଳାମିଶା ପାଇଁ ହୋଇଥିବା ଆଲୋଚନାରେ ଟ୍ରିବ୍ୟୁନାଲ ସନ୍ତୁଷ୍ଟ। କେନ୍ଦ୍ର ମଧ୍ୟସ୍ଥତାରେ ୨ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। ମହାନଦୀ ପ୍ରସଙ୍ଗରେ ଯଥେଷ୍ଟ ପ୍ରଗତି ହୋଇଛି, ଖୁବଶୀଘ୍ର ସମାଧାନ ହେବ।