ଋଷିଆ ଆକ୍ରମଣରେ ୟୁକ୍ରେନର ଭିତ୍ତିଭୂମି ଧ୍ୱଂସ୍ତ

ଚଳିତବର୍ଷ ଶୀତ ଋତୁ ୟୁକ୍ରେନ ଲାଗି ଯନ୍ତ୍ରଣାଦାୟକ ହୋଇପାରେ। ଋଷିଆ ସହ ଯୁଦ୍ଧରେ ୟୁକ୍ରେନର ଭିତ୍ତିଭୂମି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏଣୁ ଏବେଠୁ ବ୍ଲାକ୍‌ ଆଉଟ୍ ର ସମ୍ମୁଖୀନ ହେଉଥିବା ୟୁକ୍ରେନ ଶୀତ ଋତୁ ଲାଗି ପାଶ୍ଟାତ୍ୟ ଦେଶମାନଙ୍କୁ ଅଗ୍ରୀମ କମ୍ବଳ ଓ ଜେନେରେଟର ସହାୟତା ନିମନ୍ତେ ନିବେଦନ କରିଛି। ଏକ ରିପୋର୍ଟ ଅନୁସାରେ ୟୁକ୍ରେନ ରାଜଧାନୀ କିଭର ବିଦ୍ୟୁତ ଗ୍ରିଡ ଉପରେ ଋଷିଆ ଚଳିତମାସରେ ବ୍ୟାପକ ଆକ୍ରମଣ କରିଛି। ଏଣୁ ଏବେ ଲୋକେ ନିୟମିତ ବ୍ଲାକ୍ ଆଉଟ୍‌ର ସମ୍ମୁଖୀନ ହୋଇଛନ୍ତି।

ବ୍ରିଟିଶ ସମ୍ବାଦପତ୍ର ‘ଟେଲିଗ୍ରାଫ’ ରିପୋର୍ଟ ଅନୁସାରେ ରାଜଧାନୀ କିଭର ମେୟର ଭିଟାଲୀ କ୍ଲିଟସ୍କୋ ପାଶ୍ଚାତ୍ୟ ଦେଶଙ୍କୁ ତୁରନ୍ତ କମ୍ବଳ ଓ ଜେନେରେଟର ପଠାଇବାକୁ ନିବେଦନ କରିଛନ୍ତି। କାରଣ ରାଜଧାନୀର କିଭର ଅଧିକାଂଶ ପାୱାର ଗ୍ରିଡ ଋଷିଆ ଆକ୍ରମଣରେ ଧ୍ୱଂସ୍ତ ହୋଇଛି ଓ ଶୀତ ଋତୁରେ ୟୁକ୍ରେନରେ ଭୀଷଣ ଥଣ୍ଡା ପଡିଥାଏ। ଏଥିରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦେମୀର ଜେଲଂସ୍କି ଋଷିଆ ଜାଣିକରି ଭିତ୍ତିଭୂମି ନଷ୍ଟ କରୁଥିବା କହିଛନ୍ତି। ଯାହା ଦ୍ୱାରା ୟୁକ୍ରେନୀୟଙ୍କ ମନବଳ ଭଙ୍ଗା ଯାଇପାରିବ ବୋଲି ସେ କହିଛନ୍ତି।