ଗ୍ରାମ ପରିବର୍ତନ କାର୍ଯ୍ୟକ୍ରମ ଅଧିନରେ ସ୍ଥାୟୀ ଜୀବିକା ସହ ୫୪୦୦ରୁ ଅଧିକ ପରିବାରକୁ ସଶକ୍ତ କରିଛି ଡାଲମିଆ ସିମେଂଟର ରାଜଗାଙ୍ଗପୁର ପ୍ଲାଂଟ

ପଶୁପାଳନ ଚାଷ ଏକ ପ୍ରମୁଖ ସ୍ତମ୍ଭ ଭାବେ ବଜାୟ ରହିଛି

ରାଜଗାଙ୍ଗପୁର, ୧୪/୦୪: ଭାରତର ଅନ୍ୟତମ ଅଗ୍ରଣୀ ସିମେଂଟ ନିର୍ମାତା ଡାଲମିଆ ସିମେଂଟ (ଭାରତ) ଲିମିଟେଡ (ଡିସିବିଏଲ) ନିଜର ଗ୍ରାମ ପରିବର୍ତନ କାର୍ଯ୍ୟକ୍ରମ ମାଧ୍ୟମରେ ଏହାର ରାଜଗାଙ୍ଗପୁର ୟୁନିଟ ଆଖପାଖରେ ଥିବା ସମୁଦାୟଗୁଡିକରେ ଜୀବିକା ବିକାଶକୁ ପ୍ରୋତ୍ସାହିତ କରିବା ଜାରି ରଖିଛି। ସ୍ଥାୟୀ ଗ୍ରାମାଂଚଳ ପରିବର୍ତନକୁ ପରିଚାଳନା କରିବା ଉପରେ ଗୁରୁତ୍ୱ ଦେଉଥିବା ଏହି ଅଭିଯାନ ଦକ୍ଷତା ବିକାଶ, ଉଦ୍ୟୋଗିକତା ଓ ଲକ୍ଷିତ ପଦକ୍ଷେପ ମାଧ୍ୟମରେ ସରକାରୀ କଲ୍ୟାଣକାରୀ ଯୋଜନାଗୁଡିକ ପାଇଁ ଉନ୍ନତ ପହଂଚ ମାଧ୍ୟମରେ ପରିବାରଗୁଡିକୁ ସଶକ୍ତ କରୁଛି। ଚଳିତ ଆର୍ଥିକ ବର୍ଷ ସମୟରେ ଏହି କାର୍ଯ୍ୟକ୍ରମ ସକରାତ୍ମକ ଭାବେ ୫୪୪୩ଟି ପରିବାରକୁ ପ୍ରଭାବିତ କରିଛି, ଯାହା ସ୍ଥାନୀୟ ସମୁଦାୟଗୁଡିକରେ ଆୟ ସୁରକ୍ଷାକୁ ସୁଦୃଢ କରିବା ସହ ଅନେକ ପରିବାର ଏବେ ବାର୍ଷିକ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଛନ୍ତି।

ଗ୍ରାମ ପରିବର୍ତନର କେନ୍ଦ୍ରରେ ଏକ ବହୁମୂଖୀ ଜୀବିକା ରଣନୀତି ଅନ୍ତର୍ନିହିତ ରହିଛି। ରାଜଗାଙ୍ଗପୁରରେ ୧୦୦୦ରୁ ଅଧିକ ପରିବାର ବାଣିଜ୍ୟିକ ଉଦ୍ଦେଶ୍ୟ ପାଇଁ ଜୈବିକ ପନିପରିବା ଚାଷ ଆପଣାଇଥିବା ବେଳେ ପ୍ରାୟ ୮୦୦ ପରିବାର ଉଭୟ ଆୟ ଓ ପୋଷଣରେ ସମର୍ଥନ ପାଇଁ କିଚେନ ଗାର୍ଡେନ ବିକଶିତ କରିଛନ୍ତି। ଏହି କାର୍ଯ୍ୟକ୍ରମ ଭର୍ମିକମ୍ପୋଷ୍ଟିଙ୍ଗ, ଅଜୋଲା ଉତ୍ପାଦନ ଭଳି ପଦକ୍ଷେପ ଏଂ ଡ୍ରାଗନ ଫ୍ରୁଟ ଭଳି ଉଚ୍ଚମୂଲ୍ୟଯୁକ୍ତ ଫସଲ ମାଧ୍ୟମରେ କୃଷି ଅର୍ଥନୀତିକୁ ମଜବୁତ କରିବା ଉପରେ ଗୁରୁତ୍ୱ ଦେଉଛି, ଯାହା କୃଷକଙ୍କୁ ଖର୍ଚ୍ଚ ହ୍ରାସ କରିବା, ଉତ୍ପାଦକତା ବୃଦ୍ଧି କରିବା ଓ ଜଳବାୟୁ-ପ୍ରତିରୋଗୀ ଅଭ୍ୟାସଗୁଡିକୁ ଗ୍ରହଣ କରିବା ପାଇଁ ସକ୍ଷମ କରିଛି। ପଶୁପାଳନ ଚାଷ ଏକ ପ୍ରମୁଖ ସ୍ତମ୍ଭ ଭାବେ ବଜାୟ ରହିଥିବା ବେଳେ ମୋଟ ୧୧୧୧ ପୋଲ୍‌ଟ୍ରି ୟୁନିଟ, ୯୮୫ ଗୋଟେରୀ ୟୁନିଟ ଓ ୧୭୦ ପିଗେରୀ ୟୁନିଟ ସ୍ଥାପନ କରାଯାଇଛି। ଏହି ପ୍ରୟାସଗୁଡିକୁ ପରିପୂରକ କରି, ଗ୍ରାମାଂଚଳ ଉଦ୍ୟୋଗିକତାକୁ ମଜବୁତ କରିବା ପାଇଁ ମିଲେଟ ବା ବାଜରା ଚାଷ ୧୦୬ ଏକରରେ ପରିବ୍ୟାପ୍ତ ରହିଛି, ୩୧୫୦୦ରୁ ଅଧିକ ଫଳ ଗଛ ସହିତ ବାଡି ବିକାଶ ୪୨୦ ଏକର ଜମିକୁ କଭର କରିଛି ଏବଂ ୯୨ଟି ଅଣୁ ଉଦ୍ୟୋଗ ସ୍ଥାପନ କରାଯାଇଛି। ଆୟ ବୃଦ୍ଧି କରିବା ପାଇଁ ପ୍ରୋଜେକ୍ଟ ଅନ୍ନଦାତା ଓ ପ୍ରୋଜେକ୍ଟ ହସ୍ତକଳା ଭଳି ପଦକ୍ଷେପଗୁଡିକ ଉଭୟ କୃଷି ଓ ଅଣ-କୃଷି ଜୀବିକାଗୁଡିକୁ ଆଗକୁ ବଢାଉଛନ୍ତି।

ଏହି ଅଭିଯାନ ସମ୍ପର୍କରେ ଡିସିବିଏଲର କାର୍ଯ୍ୟକାରୀ ନିର୍ଦ୍ଦେଶକ ଓ ରାଜଗାଙ୍ଗପୁରର ୟୁନିଟ ହେଡ ଚେତନ ଶ୍ରୀବାସ୍ତବ କହିଛନ୍ତି, “ସାର୍ଥକ ସମୁଦାୟ ବିକାଶ ଗଭୀରତା, ନିରନ୍ତରତା ଓ ବିଶ୍ୱାସ ଆବଶ୍ୟକ କରିଥାଏ। ଗ୍ରାମ ପରିବର୍ତନ ମାଧ୍ୟମରେ ବହୁମୂଖୀ ଓ ସ୍ଥାୟୀ ଜୀବିକା ମଡେଲ ନିର୍ମାଣ କରିବା ପାଇଁ ଆମେ ଗ୍ରାମୀଣ ସମୁଦାୟଗୁଡିକ ସହ ମିଳିତ ଭାବେ କାର୍ଯ୍ୟ କରୁଛୁ। ରାଜଗାଙ୍ଗପୁରରେ ଆମେ ପରିଲକ୍ଷିତ କରିଥିବା ପ୍ରଭାବର ବ୍ୟାପକତା , କାର୍ଯ୍ୟକ୍ରମଗୁଡିକ ଅଂଶଗ୍ରହଣକାରୀ, ସ୍ଥାନୀୟ ରୂପେ ପ୍ରାସଙ୍ଗିକ ଓ ଅର୍ଥନୈତିକ ଦୃଷ୍ଟିରୁ ସ୍ଥାୟୀ ହେଲେ କ’ଣ ସବୁ ସମ୍ଭବ ହୋଇପାରେ ତାହାକୁ ପ୍ରତିଫଳନ କରୁଛି।”

ସାମୂହିକ ଭାବେ ଏହାର ସିଏସଆର ଶାଖା ଡାଲମିଆ ଭାରତ ଫାଉଣ୍ଡେଶନ ଅଧିନରେ ଏଭଳି ପଦକ୍ଷେପଗୁଡିକ କୃଷି, ସମ୍ବନ୍ଧିତ କାର୍ଯ୍ୟ ଓ ଅଣ-କୃଷି ସୁଯୋଗଗୁଡିକରେ ଏକ ସମନ୍ୱିତ ଆଭିମୁଖ୍ୟ ମାଧ୍ୟମରେ ରାଜଗାଙ୍ଗପୁରରେ ଗ୍ରାମୀଣ ଜୀବିକାକୁ ମଜବୁତ କରିବା ପାଇଁ ଏକ ସ୍ଥାୟୀ ପ୍ରତିବଦ୍ଧତାକୁ ରେଖାଙ୍କିତ କରୁଛି। ବିବିଧ ଆୟ, ଜଳବାୟୁ-ସ୍ଥିରତା ପଦ୍ଧତି ଓ ସ୍ଥାନୀୟ ଉଦ୍ୟୋଗ ବିକାଶକୁ ପ୍ରୋତ୍ସାହିତ କରି ଗ୍ରାମ ପରିବର୍ତ କାର୍ଯ୍ୟକ୍ରମ ସମୁଦାୟଗୁଡିକୁ ସ୍ଥିର, ସ୍ଥାୟୀ ଜୀବିକା ପାଇଁ ପ୍ରୋତ୍ସାହିତ କରିବା ସହ ଆର୍ଥିକ ଅନିଶ୍ଚିତତା ଦୂର କରିବା ପାଇଁ ସକ୍ଷମ କରୁଛି ।