ଓଡ଼ିଶାରେ ଜନ୍ମ ନେଲା ଆଉ ଏକ ନୂଆ ରାଜନୈତିକ ଦଳ

‘ଓଡ଼ିଶା ଜନତା କଂଗ୍ରେସ ପାର୍ଟି’ର ଲୋକାର୍ପଣ

ଭୁବନେଶ୍ୱର, ୧୫/୦୪: ଓଡ଼ିଶାରେ ଜନ୍ମ ନେଲା ଆଉ ଏକ ନୂଆ ରାଜନୈତିକ ଦଳ। ନୂଆ ଦଳ‌ ଗଠନ କଲେ ମୋକିମ। ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଏକ ବିରାଟ ସମାବେଶରେ ନୂଆ ଦଳର ଲୋକାର୍ପଣ କଲେ ମୋକିମ। ମହମ୍ମଦ ମୋକିମଙ୍କ ନେତୃତ୍ବରେ ନୂଆ ଆଞ୍ଚଳିକ ଦଳର ଲୋକାର୍ପଣ ଉତ୍ସବରେ ଯୋଗ ଦେଲେ ଝିଅ ସୋଫିଆ ଫିର୍ଦ୍ଦୋସ। ସମାବେଶ ସ୍ଥଳରେ ନିଲମ୍ବିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ଉପସ୍ଥିତି ଆଗକୁ ଏହି ରାଜନୈତିକ ଦଳରେ ଯୋଗ‌ଦାନ ନେଇ ଚର୍ଚ୍ଚା ହେଉଛି। ଏହି ନୂଆ ଆଞ୍ଚଳିକ ଦଳର ନାମ ‘ଓଡ଼ିଶା ଜନତା କଂଗ୍ରେସ ପାର୍ଟି’ ବୋଲି ରଖାଯାଇଛି।

ମୋକିମ ସଭାରେ ସମ୍ବୋଧିତ କରି କହିଛନ୍ତି, ନୂଆ ଇତିହାସ ସୃଷ୍ଟି ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ନୂଆ ଓଡ଼ିଶା ଏକ ଯୁବ କୈନ୍ଦ୍ରିକ ଓଡ଼ିଶା ହେବ। ସରକାର ବଦଳିଲା କିନ୍ତୁ ଢାଞ୍ଚା ବଦଳିଲାନି ବୋଲି ବିପକ୍ଷ ଦଳକୁ ଟାର୍ଗେଟ କରି କହିଛନ୍ତି।