ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ତଦନ୍ତ ପାଇଁ ପହଞ୍ଚିଲେ କେନ୍ଦ୍ରାଞ୍ଚଳ RDC
ଛାତ୍ରଛାତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କଲେ
ମୟୂରଭଞ୍ଜ, ୧୫/୦୪: ରାସଗୋବିନ୍ଦପୁର କାକବନ୍ଧ ଆଶ୍ରମ ସ୍କୁଲରେ କେନ୍ଦ୍ରାଞ୍ଚଳ RDC। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ତଦନ୍ତ ପାଇଁ ପହଞ୍ଚିଲେ କେନ୍ଦ୍ରାଞ୍ଚଳ RDC। ଛାତ୍ରଛାତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କଲେ। ପରେ ରାସଗୋବିନ୍ଦପୁର ହସ୍ପିଟାଲ ଯିବାର କାର୍ଯ୍ୟକ୍ରମ ରହିଛି। ଡାଇରିଆରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ସହ ଏବେ ବି ଶତାଧିକ ଆକ୍ରାନ୍ତ ଅଛନ୍ତି।
ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ୍ କକାବନ୍ଧ ଆଶ୍ରମ ସ୍କୁଲ୍ ରେ ୨ ଦିନ ତଳେ ହଷ୍ଟେଲରେ ପଖାଳ ଭାତ ଖାଇ ୧୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଗୁରୁତର ଥିବା ପଞ୍ଚମ ଶ୍ରେଣୀ ଛାତ୍ରୀ ରୁପାଲି ବେଶ୍ରାଙ୍କର ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ ୩ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଥିଲେ। ଏଥି ସହ ଆରଡିସି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।