ସ୍ୱତନ୍ତ୍ର ଅଧିବେଶନରେ ୩ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ

ବିଳମ୍ବିତ ରାତି ଯାଏଁ ଚାଲିବ ବିତର୍କ

ନୂଆଦିଲ୍ଲୀ, ୧୬/୦୪: ସଂସଦର ସ୍ୱତନ୍ତ୍ର ଅଧିବେଶନରେ ୩ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରିଛନ୍ତି ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍। ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ବିଲ୍, ସୀମା ପୁନଃ ନିର୍ଦ୍ଧାରଣ ବିଲ୍- ୨୦୨୬, କେନ୍ଦ୍ର ଶାସିତ ଅଞ୍ଚଳ ଆଇନ ୨୦୨୬ ବି ଆଗତ କରାଯାଇଛି।

ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ଲାଗୁ କରିବା ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ। ଏଥିପାଇଁ ୨୦୨୯ ନିର୍ବାଚନ ପୂର୍ବରୁ ସାରା ଦେଶରେ ଆସନ ସୀମା ନିର୍ଦ୍ଧାରଣ କରିବେ ସରକାର। ଏହି ପ୍ରକ୍ରିୟାରେ ଲୋକସଭା ଆସନ ସଂଖ୍ୟା ବର୍ତ୍ତମାନର ୫୪୩ ରୁ ବୃଦ୍ଧି ପାଇ ୮୫୦ ପର୍ଯ୍ୟନ୍ତ ହେବାର ସମ୍ଭାବନା ରହିଛି।

ଏହି ବିଲ୍ ଉପରେ ୧୫ରୁ ୧୮ ଘଣ୍ଟା ପର୍ଯ୍ୟନ୍ତ ବିତର୍କ ଚାଲିବା ନେଇ ବାଚସ୍ପତି ସୂଚନା ଦେଇଛନ୍ତି। କାଲି ଅପରାହ୍ନ ୪ଟାରେ ବିଲ୍ ଉପରେ ଭୋଟିଂ ହେବ।