ଭୁବନେଶ୍ୱର, ୧୭/୦୪: ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ସାମାନ୍ୟ କମିଲା ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୦.୨୨ ପଇସା ହ୍ରାସ ପାଇ ୧୦୦.୯୭ ଟଙ୍କା ଏବଂ ଡିଜେଲ ମଧ୍ୟ ୦.୨୨ ହ୍ରାସ ପାଇ ୯୨.୫୫ ଟଙ୍କାରେ ବିକ୍ରି ହେଉଛି।
କଟକରେ ପେଟ୍ରୋଲ ଲିଟର ପିଛା ୦.୧୩ ପଇସା କମି ୧୦୧.୧୯ ଟଙ୍କା ରହିଥିବା ବେଳେ ଡିଜେଲ ଦର ୦.୧୧ ପଇସା କମି ରହିଛି ୯୨.୭୭ ଟଙ୍କା।
ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର ୯୪.୭୭ ଟଙ୍କା, କୋଲକାତାରେ ୧୦୫.୪୧ ଟଙ୍କା, ଚେନ୍ନାଇରେ ୧୦୦.୮୦ ଟଙ୍କା ରହିଛି।
ସେହିପରି ଦିଲ୍ଲୀରେ ଲିଟର ପିଛା ଡିଜେଲ ଦର ୮୭.୬୭ ଟଙ୍କା, କୋଲକାତାରେ ୯୨.୦୨ ଟଙ୍କା ଓ ଚେନ୍ନାଇରେ ୯୨.୩୯ ଟଙ୍କା ରହିଛି।