ବାଲେଶ୍ୱର, ୧୭/୦୪: ଶନିଙ୍କ ମୁହଁରେ କଳାପଟି। ଠାକୁରଙ୍କ ମୁହଁରେ କଳାପଟି ବାନ୍ଧି ଲୁଟିନେଲେ ଦୁର୍ବୃତ୍ତ। ଠାକୁରଙ୍କ ସମସ୍ତ ଅଳଙ୍କାର, ଦାନ ବାକ୍ସର ଟଙ୍କା ଚୋରି କରିନେଲେ ଦୁର୍ବୃତ୍ତ। ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା କୁଳିଗଡି ଗାଁରେ ଥିବା ଶନିମନ୍ଦିରରୁ ଚୋରି କରିଛନ୍ତି କିଛି ଦୁର୍ବୃତ୍ତ। ଏପରିକି ମନ୍ଦିରରୁ ଚୋରି କରିବା ପରେ ଗାଁରୁ ଦୁଇଟି ସାଇକେଲ ଚୋରି କରି ନେଇଥିବା ମଧ୍ୟ ସ୍ଥାନୀୟ ଲୋକେ କହିଛନ୍ତି।
ସକାଳୁ ମନ୍ଦିରର ତାଲା ଭଙ୍ଗା ଯାଇଥିବା ପୂଜାରୀ ଦେଖିବାକୁ ପାଇଥିଲେ। ଏନେଇ ଥାନାରେ ଅଭିଯୋଗ ପରେ ତଦନ୍ତ ଚଳାଇଛି ପୋଲିସ୍।