୪ ଦିନ ବଢ଼ିଲା ସ୍କୁଲ ଛୁଟି ଅବଧି

ସ୍କୁଲ ଆସି ଅନଲାଇନ କ୍ଲାସ କରିବେ ଶିକ୍ଷକ

ବଲାଙ୍ଗିର, ୨୧/୦୪: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ବଲାଙ୍ଗିର ଜିଲ୍ଲାରେ ସ୍କୁଲ୍‌, କଲେଜ, ଅଙ୍ଗନବାଡି କେନ୍ଦ୍ର ଛୁଟି ୪ ଦିନ ବଢ଼ିଲା। ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଛୁଟି ବୃଦ୍ଧି କଲା ଜିଲ୍ଲା ପ୍ରଶାସନ। ଏଥି ସହ ସିଲାବସ୍‌ ଶେଷ କରିବା ପାଇଁ ଅନ୍‌ଲାଇନରେ କ୍ଲାସ୍‌ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଶିକ୍ଷକ/ଅଧ୍ୟାପକ ସ୍କୁଲ୍‌, କଲେଜକୁ ଆସି ଅନ୍‌ଲାଇନ୍‌ କ୍ଲାସ୍‌ କରିବେ। ଅଙ୍ଗନବାଡ଼ି କର୍ମୀ ରନ୍ଧା ଖାଦ୍ୟ ବଦଳରେ ପିଲାଙ୍କ ଘରେ ରାସନ ପହଞ୍ଚାଇବେ।