ନୂଆଦିଲ୍ଲୀ, ୨୪/୦୪: ଆପ୍ରୁ ଇସ୍ତଫା ଦେଲେ ସାଂସଦ ରାଘବ ଚଢ଼ା। ପଞ୍ଜାବର ୩ ଆପ୍ ସାଂସଦ ମଧ୍ୟ ଇସ୍ତଫା ଦେଇଛନ୍ତି। ସନ୍ଦୀପ ପାଠକ ଓ ଅଶୋକ ମିତ୍ତଲ ମଧ୍ୟ ଆପ୍ ଛାଡ଼ିଲେ। ସମସ୍ତ ୩ ସାଂସଦ ବିଜେପିରେ ସାମିଲ୍ ହୋଇଛନ୍ତି। ଦୁଇ ତୃତୀୟାଂଶ ସାଂସଦ ବିଜେପିରେ ସାମିଲ ହୋଇଥିବା ସୂଚନା ମିଳିଛି। ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଆପ୍ ଛାଡ଼ିଥିବା ୩ ସାଂସଦ ବିଜେପିରେ ଯୋଗ ଦେଇଛନ୍ତି। ଆଉ ୪ ଆପ୍ ସାଂସଦ ଦଳ ଛାଡି ସାରିଥିବା କହିଛନ୍ତି ରାଘବ ଚଢ଼ା।
ବର୍ତ୍ତମାନ, AAPରୁ ରାଜ୍ୟସଭାରେ ୧୦ ଜଣ ସାଂସଦ ଅଛନ୍ତି। ଏହି ପଦକ୍ଷେପ ପରେ, ଆପ୍ ରେ ଆଉ ମାତ୍ର ୩ ଜଣ ସାଂସଦ ରହିଛନ୍ତି। ବିଦାୟୀ ଆପ ନେତା ସ୍ୱାତୀ ମାଲିୱାଲ, ହରଭଜନ ସିଂହ, ସନ୍ଦୀପ ପାଠକ, ଅଶୋକ ମିତ୍ତଲ, ରାଜିନ୍ଦର ଗୁପ୍ତା ଏବଂ ବିକ୍ରମ ସାହାଣୀ ବିଜେପିରେ ଯୋଗ ଦେଇଛନ୍ତି।