ବରଗଡ଼, ୩୦/୦୪: ଜଣେ ମହିଳା CRCCଙ୍କୁ ଯୌନ ନିର୍ଯାତନା ଏବଂ ଅଶ୍ଳୀଳ ମେସେଜ କରିବା ଅଭିଯୋଗରେ ବରଗଡ଼ ପୋଲିସ ଶିକ୍ଷା ଅଧିକାରୀ ସମେତ ୩ ଜଣଙ୍କୁ ଗିରଫ କରିଛି।
ଅଭିଯୁକ୍ତଙ୍କ ମଧ୍ୟରେ DEO ଜ୍ୟୋତିକାନ୍ତ ସାହୁ, BEO ସୁରେନ୍ଦ୍ର ସାହୁ ଏବଂ ସାତଲମା ସ୍କୁଲର PET ସମୀର ପାଣିଗ୍ରାହୀ ଅଛନ୍ତି।
ଜଣେ ମହିଳା ଶିକ୍ଷୟିତ୍ରୀଙ୍କ ଦ୍ୱାରା ଦାୟର ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅଶ୍ଳୀଳ ମେସେଜ ସହ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା।