ଶ୍ମଶାନରୁ କଙ୍କାଳ ନେବା ଘଟଣା: ଜିତୁ ମୁଣ୍ଡାଙ୍କ ଘରେ RDC

ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ସହ ପହଞ୍ଚିଲେ RDC

କେନ୍ଦୁଝର, ୩୦/୦୪: ବ୍ୟାଙ୍କକୁ ଭଉଣୀଙ୍କର ଶବ ବୋହିକି ନେବା ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। କଙ୍କାଳ ବୋହିକି ନେବା ଘଟଣାରେ ତୁରୁମୁଙ୍ଗା ଅଞ୍ଚଳ ଜିତୁ ମୁଣ୍ଡାଙ୍କ ଘରେ ଉତ୍ତରାଞ୍ଚଳ RDC ସଂଗ୍ରାମ କେଶରୀ ମହାପାତ୍ର ତଦନ୍ତ ଆରମ୍ଭ କରିଛନ୍ତି। ଜିତୁ ମୁଣ୍ଡାଙ୍କ ଘରେ ପହଞ୍ଚିଛନ୍ତି RDCଙ୍କ ସହ ଜିଲ୍ଲାପାଳ ବିଶାଲ ସିଂହ। ଉପ ଜିଲ୍ଲାପାଳ ଓ ଭୂ-ଅର୍ଜନ ଅଧିକାରୀ ମଧ୍ୟ ଜିତୁ ମୁଣ୍ଡାଙ୍କ ଘରକୁ ଯାଇ ତାଙ୍କ ସହ ଏ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ଘଟଣାର ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ।