ଗରିବ ଓ ଅସହାୟ ରୋଗୀଙ୍କ ଚିକିତ୍ସାକୁ ପ୍ରାଥମିକତା ଦିଅ: ଡକ୍ଟର ତିରୁପତି ପାଣିଗ୍ରାହୀ

୨୦୨୪ ପିଜି ଟପ୍ପରଙ୍କୁ ସମ୍ବର୍ଦ୍ଧିତ

ଭୁବନେଶ୍ବର, ୩୦/୦୪: ହାଇଟେକ୍ ମେଡିକାଲ କଲେଜ ଓ ହସ୍‌ପିଟାଲ ପକ୍ଷରୁ ସ୍ନାତକତ୍ତୋର ଛାତ୍ରଛାତ୍ରୀଙ୍କ ପାଇଁ ୧୫ତମ ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ପିଜି ଡାକ୍ତର ମାନଙ୍କ ପାଇଁ ଉଦ୍ଧିଷ୍ଟ ଏହି କାର୍ଯ୍ୟକ୍ରମରେ ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ବିମଳ ପ୍ରସାଦ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ହାଇଟେକ୍ ଗ୍ରୁପ୍‌ର ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀଙ୍କ ବଳିଷ୍ଠ ଉଦ୍ୟମରେ ତିନୋଟି ମେଡିକାଲ୍ କଲେଜ ପ୍ରତିଷ୍ଠା ହୋଇପାରିଥିବା ଏବଂ ପ୍ରତିବର୍ଷ ଶତାକ ଡାକ୍ତର ସୃଷ୍ଟି ହୋଇ ରୋଗୀସେବାରେ ବ୍ରତୀ ହେଉଥିବାରୁ ଭୂୟଶୀ ପ୍ରଶଂସା କରିଥିଲେ ଜଷ୍ଟିସ ଦାଶ | ଜଣେ ଭଲ ଡାକ୍ତର ହେବା ପୂର୍ବରୁ ଜଣେ ଭଲ ମଣିଷ ହେବାକୁ ସେ ପରାମର୍ଶ ଦେଇଥିଲେ | ହାଇଟେକ୍ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ଯକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ କହିଥିଲେ ଯେ, ହାଇଟେକ୍ ମେଡିକାଲ୍‌କୁ ଆସୁଥିବା ପ୍ରତ୍ୟକ ରୋଗୀର ପକେଟକୁ ନୁହଁ ବରଂ ରୋଗୀର ରୋଗକୁ ଦେଖ୍ ତ୍ବରିତ ଚିକିତ୍ସା କରିବାକୁ ଡାକ୍ତର ମାନଙ୍କୁ କହିଥିଲେ । ରୋଗୀ ଏବଂ ତାର ପରିବାରକୁ ଉତ୍ତମ ବ୍ୟବ‌ହାର ଓ ସର୍ବୋତ୍କୃଷ୍ଟ ଚିକିତ୍ସା ସେବା ପ୍ରଦାନ କରିବା ପାଇଁ ଉଦ୍ୟମ କରିବାକୁ ସେ କହିଥିଲେ I ଦୀର୍ଘ ୨୨ ବର୍ଷ ହେଲା ଗରିବ, ନିରାଶ୍ରୟ ରୋଗୀଙ୍କ ସେବାକୁ ପ୍ରାଥମିକତା ଦେଇଆସୁଥିବା ହାଇଟେକ୍ ମେଡିକାଲର ଏହି ମୂଳମନ୍ତ୍ର ଆସନ୍ତା ଦିନରେ ମଧ୍ୟ ବଜାୟ ରଖିବାକୁ, ଡକ୍ଟର ପାଣିଗ୍ରାହୀ ସମସ୍ତ ଡାକ୍ତର ମାନଙ୍କୁ ଆହ୍ୱାନ ଦେଇଥିଲେ | ୨୦୨୪ରେ ପିଜି ପରୀକ୍ଷାରେ ଟପ୍ସର ହୋଇଥିବା ଡାକ୍ତର ବିର୍ବତିତା ନାୟକ ଓ ଡାକ୍ତର ପ୍ରଦୀପ ନାୟକଙ୍କୁ ଉପଢୌକନ ଓ ଅର୍ଥରାଶି ଦେଇ ସମ୍ୱଦ୍ଧିତ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ମ୍ୟାନେଜିଂ ଟ୍ରଷ୍ଟି ତଥା କାର୍ଯ୍ୟକାରୀ ଅଧ୍ଯକ୍ଷ ସୁରେଶ ପାଣିଗ୍ରାହୀ, ଇଞ୍ଜିନିୟର ରୁପେଶ ପାଣିଗ୍ରାହୀ,ଡାକ୍ତର ରାକେଶ ପାଣିଗ୍ରାହୀ, ନିର୍ଦ୍ଦେଶିକା ସାବିତ୍ରୀ ପାଣିଗ୍ରାହୀ, ନିର୍ଦ୍ଦେଶିକା ମଧୁସ୍ମିତା ତ୍ରିପାଠୀ, ମେଡିକାଲ୍ କଲେଜ ଅଧ୍ଯକ୍ଷ ପ୍ରଫେସର ଡାକ୍ତର ଦେବାନନ୍ଦ ମହାପାତ୍ର, ଡାକ୍ତର ସ୍ମିତା ଷଢଙ୍ଗୀ,ଡାକ୍ତର ଚନ୍ଦନ ସାମନ୍ତରାୟ,ପ୍ରଶାସନିକ ଅଧିକାରୀ ଗୋପେଶ୍ବର ଆଚାର୍ଯ୍ୟଙ୍କ ସମେତ ସମସ୍ତ ବିଭାଗର ବିଭାଗୀୟ ମୁଖ୍ୟ, ପ୍ରଫେସର, ଡାକ୍ତର ଓ କର୍ମଚାରୀ ମାନେ ଯୋଗଦେଇଥିଲେ।