ୟୁଜିସି-ନେଟ୍‌ର ବିଷୟ ତାଲିକାରେ ଷ୍ଟାଟିଷ୍ଟିକ୍ସ ଓ ବନ ବିଜ୍ଞାନ ସାମିଲ

ଦେଶର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ନୂଆଦିଲ୍ଲୀ, ୩୦/୦୪: ଦେଶର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ୟୁଜିସି-ନେଟ୍‌ର ବିଷୟ ତାଲିକାରେ ଷ୍ଟାଟିଷ୍ଟିକ୍ସ ଓ ବନ ବିଜ୍ଞାନ ସାମିଲ କରାଯାଇଛି। ପରିସଂଖ୍ୟାନ ଓ ବନ ବିଜ୍ଞାନ ଜୁନ୍ ୨୦୨୬ରୁ କାର୍ଯ୍ୟକାରୀ ହେବ। ବିସ୍ତୃତ ପାଠ୍ୟକ୍ରମ UGC-ନେଟ୍‌ ୱେବସାଇଟରେ ଉପଲବ୍ଧ ଅଛି।

ଏ‌ଇ ନିଷ୍ପତ୍ତି ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାର୍ଗଦର୍ଶନକୁ ପ୍ରଶଂସା। ପରିସଂଖ୍ୟାନ ବିଷୟ ପାଇଁ ଏକ ସ୍ୱତନ୍ତ୍ର ପରୀକ୍ଷାର ଆବଶ୍ୟକତା ରହିଥିଲା। ପୂର୍ବରୁ ଛାତ୍ରଛାତ୍ରୀ ଗଣିତ ବିଜ୍ଞାନ ଅଧୀନରେ ପରୀକ୍ଷା ଦେବାକୁ ବାଧ୍ୟ ହେଉଥିଲେ। ସିଲାବସର ୮୫% ଅଂଶ ପରିସଂଖ୍ୟାନ ବିଷୟ ବାହାରୁ ରହୁଥିଲା। ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ସହ ଗବେଷଣା କ୍ଷେତ୍ରରେ ବଞ୍ଚିତ ହେଉଥିଲେ।