ସି.ଭି.ଓ., ଏମ୍.ସି.ଏଲ୍. ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କଲେ ଶ୍ରୀ ହିମାଂଶୁ ଜୈନ

ପ୍ରମୁଖ ରେଳ ଭିତ୍ତିଭୂମି ଏବଂ ସିଗନାଲିଂ ପ୍ରକଳ୍ପର ନେତୃତ୍ୱ ନେଇଛନ୍ତି ଶ୍ରୀଯୁକ୍ତ ଜୈନ

ଭୁବନେଶ୍ୱର, ୩୦/୦୪: ୨୦୦୭ ବ୍ୟାଚ୍ ଭାରତୀୟ ରେଳ ସେବା ଅଧିକାରୀ ଶ୍ରୀ ହିମାଂଶୁ ଜୈନ, ବର୍ତ୍ତମାନ ଏସ୍.ଇ.ସି.ଏଲ୍. ରେ ମୁଖ୍ୟ ସତର୍କତା ଅଧିକାରୀ (ସି.ଭି.ଓ.) ଭାବେ କାର୍ଯ୍ୟରତ ଅଛନ୍ତି ଏବଂ ଏମ୍.ସି.ଏଲ୍. ର ସି.ଭି.ଓ. ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ସିଭିଓ, ଏନ.ସି.ଏଲ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।

ଶ୍ରୀ ଜୈନ ଏନ୍.ଆଇ.ଟି. ରାୟପୁରର ଇଲେକ୍ଟ୍ରୋନିକ୍ସ ଏବଂ ଟେଲିକମ୍ୟୁନିକେସନ ବିଭାଗର ସ୍ୱର୍ଣ୍ଣ ପଦକ ବିଜେତା ଏବଂ ଆଇ.ଆଇ.ଟି. ବମ୍ବେର ସ୍ନାତକୋତ୍ତର ଡିଗ୍ରୀ ପ୍ରାପ୍ତ ଅଟନ୍ତି । ସେ ପ୍ରମୁଖ ରେଳ ଭିତ୍ତିଭୂମି ଏବଂ ସିଗନାଲିଂ ପ୍ରକଳ୍ପର ନେତୃତ୍ୱ ନେଇଛନ୍ତି ଏବଂ ଡିଜିଏମ, ସିପିଆରଓ ଏବଂ ଜିଏମଙ୍କ ସଚିବଙ୍କ ସମେତ ଭାରତୀୟ ରେଳ ସେବାରେ ବରିଷ୍ଠ ଭୂମିକା ଗ୍ରହଣ କରିଛନ୍ତି। ସେ ୨୦୧୬ ରେ ଜାତୀୟ ରେଳ ପୁରସ୍କାର, ୨୦୧୯ ରେ ଭାରତୀୟ ରେଳବାଇର ଜାତୀୟ ଏକାଡେମୀରେ ମହାନିର୍ଦ୍ଦେଶକ ପଦକ ଏବଂ ୨୦୧୨ ଓ ୨୦୨୨ ରେ ଜେନେରାଲ ମ୍ୟାନେଜର୍ ପୁରସ୍କାର ସମେତ ଅନେକ ସମ୍ମାନଜନକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।

ସିଭିସି ଜାତୀୟ କର୍ମଶାଳାରେ ପ୍ରଦର୍ଶିତ ‘ଡିଜିକୋଲ୍’ ପଦକ୍ଷେପ ମାଧ୍ୟମରେ ସ୍ୱଚ୍ଛତା ଆଣିବା ପାଇଁ ଶ୍ରୀ ଜୈନଙ୍କ ଅତୁଳନୀୟ ଭୂମିକା ରହିଛି ।

ତାଙ୍କର ନେତୃତ୍ବ ଓ ଦୂରଦୃଷ୍ଟିରୁ ଏମ୍.ସି.ଏଲ୍. ରାଷ୍ଟ୍ରର ଶକ୍ତି ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।