ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ଧକ୍କା ଦେଲା ଟ୍ରକ

ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଅଟକ ରଖିଛି ପୋଲିସ

ସୋର, ୦୨/୦୫: ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ୍। ଅଳ୍ପକେ ବର୍ତ୍ତିଲେ ଅତିରିକ୍ତ ତହସିଲଦାର କୃଷ୍ଣମୋହନ ସିଂହ। ବାଲି ଗାଡ଼ିକୁ ଗୋଡ଼ାଇବା ବେଳେ ଧକ୍କା ଦେଇଥିଲା ଟ୍ରକ୍।

ସୂଚନା ଅନୁଯାୟୀ, ଏନ୍‌ଏଚ ୧୬ରେ ଗାଡ଼ି ଯାଞ୍ଚ ବେଳେ ଖସିବାକୁ ଉଦ୍ୟମ କରୁଥିଲା ଟ୍ରକ୍। ଟ୍ରକ୍‌କୁ ପିଛା କରି ଓଭରଟେକ୍‌ କରିଥିଲା ଅତିରିକ୍ତ ତହସିଲଦାରଙ୍କ ଗାଡ଼ି। କିନ୍ତୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ଧକ୍କା ଦେଇଥିଲା।‌ ଏହା ପରେ ଟ୍ରକ୍ ଡ୍ରାଇଭର ସେଠାରୁ ଫେରାର ହେବାକୁ ଉଦ୍ୟମ କରିଥିଲା। ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଅଟକ ରଖିଛି ଖନ୍ତପଡ଼ା ପୋଲିସ।