ଦହିବରା ଖାଇ ୩୦ ଅସୁସ୍ଥ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୦ ଭର୍ତ୍ତି

ଯାଜପୁର, ୦୨/୦୫: ଦଶରଥପୁର ବ୍ଲକ ପାଟପୁର ଗାଁରେ ଦହିବରା ଖାଇ ୩୦ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି। ଅସୁସ୍ଥଙ୍କ ମଧ୍ୟରୁ ଦଶରଥପୁର ମେଡିକାଲରେ ୧୦ ଜଣ ଭର୍ତ୍ତି ହୋଇଥିବା ବେଳେ ଯାଜପୁର ମେଡିକାଲରେ ୨୦ ଜଣ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଗାଁକୁ ଆସିଥିବା ଜଣେ ବିକାଳୀଠାରୁ ଦହିବରା ଖାଇଥିଲେ କିଛି ଲୋକ। ତେବେ କେଉଁ ପରିସ୍ଥିତିରେ ଏତେ ସଂଖ୍ୟକ ଲୋକ ଅସୁସ୍ଥ ହେଲେ, ତା’ର କାରଣ ଜଣାପଡ଼ିନାହିଁ।