ଆସୁଛି ବଡ଼ ଲଘୁଚାପ

ଲଘୁଚାପ ନେଇ ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମର ଆକଳନ

ଅଧିକ ଘନୀଭୂତ ହୋଇ ସାଇକ୍ଲୋନ ଜେନିସିସର ରୂପ ନେବାର ଆଶଙ୍କା

ଭୁବନେଶ୍ୱର, ୦୨/୦୫: ମେ’ ମାସ ଦ୍ୱିତୀୟ ସପ୍ତାହରେ ବଙ୍ଗୋପସାଗର ଅଞ୍ଚଳରେ ସମ୍ଭାବ୍ୟ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମର ଆକଳନ ଅନୁଯାୟୀ, ମେ’ ୧୧ ରୁ ୧୫ ତାରିଖ ମଧ୍ୟରେ ଦକ୍ଷିଣ–ପୂର୍ବ ବଙ୍ଗୋପସାଗର ଓ ତାହାର ଆଖପାଖ ଅଞ୍ଚଳରେ ପ୍ରଥମେ ଏକ ଘୂର୍ଣ୍ଣିବଳୟ (Cyclonic Circulation) ସୃଷ୍ଟି ହେବାର ସମ୍ଭାବନା ରହିଛି।

ପରବର୍ତ୍ତୀ ପର୍ଯ୍ୟାୟରେ, ଏହି ଘୂର୍ଣ୍ଣିବଳୟ କ୍ରମେ ଶକ୍ତି ସଂଗ୍ରହ କରି ଲଘୁଚାପର ରୂପ ନେଇପାରେ। ପରିସ୍ଥିତି ଅନୁକୂଳ ରହିଲେ, ଏହା ଆହୁରି ଘନୀଭୂତ ହୋଇ ଡିପ୍ରେସନ୍ କିମ୍ବା ସାଇକ୍ଲୋନ ଜେନେସିସ୍‌ର ଦିଗରେ ଗତି କରିପାରେ ବୋଲି ବୈଜ୍ଞାନିକମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି।

ତେବେ, ଏହି ସମ୍ଭାବ୍ୟ ପାଣିପାଗ ପରିସ୍ଥିତି ନେଇ ଏପର୍ଯ୍ୟନ୍ତ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଜାରି ହୋଇନାହିଁ। ତେଣୁ ଏହାକୁ ପ୍ରାରମ୍ଭିକ ଆକଳନ ଭାବେ ଦେଖିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି।