ମାଟ୍ରିକ ରେଜଲ୍ଟ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ

ଚଳିତ ବର୍ଷର ପାସ୍ ହାର ୯୫.୩୩ ପ୍ରତିଶତ

ଭୁବନେଶ୍ୱର, ୦୨/୦୫: ପ୍ରକାଶ ପାଇଲା ବିଏସଇ ମାଟ୍ରିକ ରେଜଲ୍ଟ। ବୋର୍ଡ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିବା ସହ ରେଜଲ୍ଟ ଘୋଷଣା କରିଛନ୍ତି। ଷ୍ଟେଟ୍ ଓପନ୍ ସ୍କୁଲ ଓ ମଧ୍ୟମା ରେଜଲ୍ଟ ମଧ୍ୟ ପ୍ରକାଶ ପାଇଛି।

ଚଳିତ ବର୍ଷ ପାସ୍ ହାର ୯୫.୩୩ ପ୍ରତିଶତ ରହିଛି। ୫ ଲକ୍ଷ ୧୯ ହଜାର ୨୫୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। A1ରେ ୨୪୫୬, A2ରେ ୧୫,୬୮୧, B1ରେ ୪୩,୫୬୫, B2ରେ ୮୬,୧୦୩, Cରେ ୧,୨୯,୮୦୩, Dରେ ୧,୪୬,୧୫୨ ଓ Eରେ ୯୫,୪୮୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଚଳିତ ବର୍ଷ ମଧ୍ୟମାରେ ୮୭.୩% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ମଧ୍ୟମାରେ ୨୯୮୨ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୯୩୧ ପାସ୍ ହୋଇଛନ୍ତି।

ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ପାସ୍ ହାର ୫୯.୮୨% ରହିଛି। ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଦେଇଥିଲେ ୧୦,୦୪୩ ଛାତ୍ରଛାତ୍ରୀ। ସେଥିମଧ୍ୟରୁ ୭୪୦୫ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

୩୩୧୦ ବିଦ୍ୟାଳୟରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି। ଏଥର ୫,୪୪,୬୭୦ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ। ପରୀକ୍ଷା ଦେଇଥିଲେ ୫,୩୬,୩୦୬ ପରୀକ୍ଷାର୍ଥୀ। ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୮୩୬୪ ରହିଛି।

ବୋର୍ଡର ଅଫିସିଆଲ୍ ୱେବ୍‌ସାଇଟ୍‌ www.bseodisha.ac.in କିମ୍ବା www.bseodisha.nic.in ରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ। ସନ୍ଧ୍ୟା ୬ଟାରେ ବୋର୍ଡ ୱେବସାଇଟରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ। ଇଣ୍ଟରନେଟ୍ ନ ଥିବା ଅଞ୍ଚଳରେ ରୋଲ୍ ନଂକୁ SMS କରି ରେଜଲ୍ଟ ଜାଣିହେବ।5676750 ନମ୍ବରକୁ OR10<RollNo> ଲେଖି ମେସେଜ କରିପାରିବେ।

ଚଳିତ ଥର ଇଂରାଜୀ ସହ ଓଡ଼ିଆ ଭାଷାରେ ମିଳିବ ମାଟ୍ରିକ ସାର୍ଟିଫିକେଟ।