ସମାଧାନ ଦିଗରେ ମହାନଦୀ ଜଳ‌ ବିବାଦ

ଦୁଇ ରାଜ୍ୟର ଉଦ୍ୟମକୁ ପ୍ରଶଂସା କଲେ ଟ୍ରିବ୍ୟୁନାଲ

ଭୁବନେଶ୍ୱର, ୦୨/୦୫: ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲରେ ଶୁଣାଣି ହୋଇଛି। ଆଜିର ଶୁଣାଣିକୁ ଐତିହାସିକ ବୋଲି କହିଛନ୍ତି ଏଜି ପୀତାମ୍ବର ଆଚାର୍ଯ୍ୟ।

ପୀତାମ୍ବର କହିଛନ୍ତି, ଓଡ଼ିଶା ଓ ଛତିଶଗଡ଼ର ପ୍ରୟାସକୁ ପ୍ରଶଂସା କରିଛନ୍ତି ଟ୍ରିବ୍ୟୁନାଲ। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଦୁଇ ରାଜ୍ୟର ଆଗ୍ରହ ଓ ଉଦ୍ୟମକୁ ମଧ୍ୟ ପ୍ରଶଂସା କରିଛନ୍ତି।

ମହାନଦୀ ଜଳ ବିବାଦ ନେଇ ସମାଧାନର ରାସ୍ତା ଆଉ ପାଦେ ଆଗେଇଛି। ଦୁଇଟି ପ୍ରସଙ୍ଗରେ ଉଭୟ ରାଜ୍ୟ ସହମତି ପତ୍ର ପ୍ରଦାନ କରିଛନ୍ତି। ବାକି ଯେଉଁ ପ୍ରସଙ୍ଗ ରହିଛି ସେସବୁ ଖୁବ୍ ଶୀଘ୍ର ସମାଧାନ ହୋଇଯିବ

ଆଜି ଦୁଇ ରାଜ୍ୟ ଜଳ ଅମଳ ସଂପର୍କିତ ଯୁଗ୍ମ ସ୍ବାକ୍ଷରିତ ବିବରଣୀ ଦାଖଲ କରିଛନ୍ତି। ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ମୌସୁମୀ ଓ ଅଣମୌସୁମୀରେ କେତେ ଜଳ ପ୍ରବାହିତ ସେ ନେଇ ଓଡ଼ିଶା, ଛତିଶଗଡ଼ ଅବଗତ କଲେ।

ଯୁଗ୍ମ ସ୍ବାକ୍ଷରିତ ବିବରଣୀରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଦସ୍ତଖତ କରିଛନ୍ତି। ଏହି ଜଳ ଅମଳ ପ୍ରସଙ୍ଗ ଜଳ ବଣ୍ଟନର ଆଧାର ହେବ। ଓଡ଼ିଶା ପକ୍ଷରୁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ। ମେ ୩୦ ତାରିଖରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ କରାଯାଇଛି।