ବିଜୟଙ୍କୁ ମିଳିଲା ମ୍ୟାଜିକ ନମ୍ବର

ସରକାର ଗଠନ ପାଇଁ ସମର୍ଥନ ଦେଲେ ୪ ଦଳ

ଚେନ୍ନାଇ, ୦୮/୦୫: ତାମିଲନାଡୁରେ ଟିଭିକେ ମୁଖ୍ୟ ବିଜୟଙ୍କ ବଡ଼ ବିଜୟ। ସରକାର ଗଠନ ପାଇଁ ବାଟ ପରିଷ୍କାର କଲେ ମିଳିତ ବିରୋଧୀ ଦଳ। ବିଜୟଙ୍କୁ ସିପିଆଇ, ସିପିଏମ୍ ଓ VCKର ସମର୍ଥନ। ବାମ ଦଳର ୪ ଓ VCKର ୨ ବିଧାୟକଙ୍କ ସମର୍ଥନ ମିଳିଥିବା ସୂଚନା ମିଳିଛି। ଟିଭିକେ ନିକଟରେ ୧୧୮ ବିଧାୟକଙ୍କ ସମର୍ଥନ ଥିବା ଜଣାପଡ଼ିଛି।

ରିପୋର୍ଟ ଅନୁଯାୟୀ, TVKର ୧୦୭ ବିଧାୟକ, କଂଗ୍ରେସର ୫, CPIର ୨, CPMର ୨, ଏବଂ VCKର ୨ ବିଧାୟକଙ୍କ ସହ ବିଜୟ ମୋଟ ୧୧୮ ମ୍ୟାଜିକ୍ ନମ୍ବର ହାସଲ କରିଛନ୍ତି।

ତାମିଲନାଡୁରେ ସରକାର ଗଠନ ପାଇଁ ସଂଧ୍ୟା ୬ଟାରେ ରାଜ୍ୟପାଳଙ୍କୁ ଭେଟିବେ ଟିଭିକେ ମୁଖ୍ୟ ବିଜୟ। ୩ ଦିନ ଭିତରେ ରାଜ୍ୟପାଳଙ୍କ ସହ ତୃତୀୟ ଥର ପାଇଁ କରିବେ ସାକ୍ଷାତ। ପୂର୍ବରୁ ଦୁଇ ଥର ତାଙ୍କ ପାଖରେ ସଂଖ୍ୟା ଗରିଷ୍ଠତା ନଥିବାରୁ ସରକାର ଗଠନ ପାଇଁ ଦାବି ପ୍ରତ୍ୟାଖ୍ୟାନ କରିଥିଲେ ରାଜ୍ୟପାଳ।