ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା BJD ପ୍ରତିନିଧି ଦଳ
CEOଙ୍କୁ ଭେଟିବା ବିଜେଡିର ମୁର୍ଖତା କହିଲେ ଆଇନ ମନ୍ତ୍ରୀ
ଭୁବନେଶ୍ୱର, ୧୧/୦୫: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା BJD ପ୍ରତିନିଧି ଦଳ। ରାଜ୍ୟସଭା ନିର୍ବାଚନରେ ଅନିୟମିତତା ଅଭିଯୋଗ କରି ସିଇଓଙ୍କୁ କରି ଭେଟିଛି ବିଜେଡ଼ି।
ଉପାସନା ମହାପାତ୍ର ଓ ପୂର୍ଣ୍ଣ ସେଠୀଙ୍କ ଭୋଟ୍କୁ ନିୟମ ବିରୋଧୀ କହିଛି ବିଜେଡି। ଯେଉଁଠି ଦ୍ଵିତୀୟ ବାଲଟ ପେପରରେ ଉଭୟ ବିଧାୟକ ଭୋଟ ଦେଇଥିଲେ।
ତେବେ CEOଙ୍କୁ ଭେଟିବା ବିଜେଡିର ମୁର୍ଖତା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ୨ ଜଣ ବିଧାୟକଙ୍କର ନିର୍ବାଚନ ବେଳେ ତ୍ରୁଟି ହୋଇଥିଲା। ଅଭିଯୋଗ ସମୟରେ ଆମେ ତାଙ୍କୁ ସ୍ପଷ୍ଟ କରିଥିଲୁ। ଅନ୍ୟ ରାଜ୍ୟରେ ମଧ୍ୟ ଏମିତି ହୋଇଥିବା ଉଦାହରଣ ଅଛି।