ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ

ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ

ରାୟଗଡ଼ା, ୨୧/୦୫: ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସହକାରୀ ଯନ୍ତ୍ରୀ। ରାୟଗଡ଼ା କୋଲନରା ବ୍ଲକ୍‌ RWSS ସହକାରୀ ଯନ୍ତ୍ରୀ ମଳୟ କୁମାର ନାୟକଙ୍କ ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ ହୋଇଛି। ସହକାରୀ ଯନ୍ତ୍ରୀଙ୍କ ଗଞ୍ଜାମ ଓ ରାୟଗଡ଼ାର ୭ଟି ସ୍ଥାନରେ ଏକକାଳୀନ ରେଡ୍‌ ଚାଲିଛି। ପୈତୃକ ବାସଭବନ ଓ ଅଫିସରେ ମଧ୍ୟ ଚଢ଼ାଉ ଚାଲିଛି। ଭିଜିଲାନ୍ସ ପକ୍ଷରୁ ଚାଲିଥିବା ଚଢାଉରେ ୫ଟି ଟିମ୍ ସାମିଲ୍ ଅଛନ୍ତି।