ପୂର୍ବରୁ ପଶ୍ଚିମ: ଅସହ୍ୟ ଗୁଳୁଗୁଳିରେ ଛଟପଟ ଲୋକେ

ରାଜଧାନୀ ଆକାଶରୁ ନିଆଁ ବର୍ଷା, ପଶ୍ଚିମ ଓଡ଼ିଶା ୪୦° ଟପିଲା

ଭୁବନେଶ୍ୱର, ୨୧/୦୫: ଉପକୂଳ ଓଡ଼ିଶାବାସୀ ଗୁଳୁଗୁଳିରେ ଆଉଟୁପାଉଟୁ। ଉଚ୍ଚ ତାପମାତ୍ରା ସହ ଉଚ୍ଚ ଆଦ୍ରତା ହେତୁ ଅସହ୍ୟ ଗୁଳୁଗୁଳି। ରାଜଧାନୀ ଭୁବନେଶ୍ବର ଆକାଶରୁ ବି ହେଉଛି ଅଗ୍ନିବର୍ଷା। ସାଢ଼େ ୧୧ ସୁଦ୍ଧା ଭୁବନେଶ୍ବର ତାତି ୩୮.୪ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ କରାଯାଇଛି।

ଗତ କାଲି ଏହି ସମୟରେ ତାପମାତ୍ରା ୩୫.୪ ରେକର୍ଡ ହୋଇଥିଲା। ସେହିପରି ପଶ୍ଚିମ ଓଡ଼ିଶା ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଝାରସୁଗୁଡ଼ା ୪୧.୮, ସମ୍ବଲପୁର ୪୧.୨, ହୀରାକୁଦ ୪୦.୬ ଡିଗ୍ରୀ ସେଲସିୟସ ରହିଛି।