କେନ୍ଦୁଝର, ୨୧/୦୫: କେନ୍ଦୁଝରରେ ତାଣ୍ଡବ ରଚିଲା କାଳବୈଶାଖୀ। ପ୍ରବଳ ବର୍ଷା ପବନ ନେଲା ୩ ଜୀବନ। ଜଣେ ଗୁରୁତର ଥିବା ସୂଚନା ମିଳିଛି।
ସୂଚନା ମୁତାବକ, କେନ୍ଦୁଝର ଟାଉନ୍ ଥାନା ନରଣପୁର ଅଞ୍ଚଳରେ ପ୍ରବଳ ଝଡ଼ବର୍ଷା ହୋଇଛି। ପ୍ରବଳ ପବନରେ ଏକ ଟେଣ୍ଟ ଭାଙ୍ଗିଯିବା ଯୋଗୁଁ ସେଥିରେ ଚାପି ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଛି। ଟେଣ୍ଟ ତଳେ ଚାପି ହୋଇ ଅନ୍ୟ ଜଣେ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।