ୟୁଟ୍ୟୁବ୍‌ ହଟେଇଲା ସିଦ୍ଧୁଙ୍କ ଗୀତ ‘ଏସୱାଇଏଲ୍‌’

ନୂଆଦିଲ୍ଲୀ: ୟୁଟ୍ୟୁବ୍‌ ହଟେଇ ଦେଇଛି ସିଦ୍ଧୁ ମୁସେୱାଲାଙ୍କ ଗୀତ। ଯାହାକୁ ନେଇ ମୁଣ୍ଡ ଟେକିଛି ବିବାଦ। ସିଦ୍ଧୁ ମୁସେୱାଲାଙ୍କର ହତ୍ୟା ପାଖାପାଖି ୨୬ଦିନ ପରେ ତାଙ୍କର ନୂଆ ଗୀତ ଏସୱାଇଏଲ୍‌ ରିଲିଜ କରାଯାଇ ଥିଲା । ରିଲିଜ ହେଉ ହେଉ କ୍ଷୀପ୍ର ବେଗରେ ଭାଇରଲ ହୋଇଥଲା ଗୀତ । ଗୀତକୁ ମୁସେୱାଲାଙ୍କ ପ୍ରଶଂସକ ବହୁତ ପସନ୍ଦ କରିଥିଲେ ।

ପାଖାପାଖି ୨୭ମିଲିୟନ ଭ୍ୟୁଜ୍‌ ଓ ୩.୩ ମିଲିୟନ ଲାଇକ୍ସ ଆସିଥିଲା । ହେଲେ ଏବେ ଏହି ଗୀତ ୟୁଟ୍ୟୁବ୍‌ରୁ ହଟେଇ ଦିଆଯାଇଛି। ଗୀତକୁ ପ୍ଲେ କରିବାର ଅପସନ୍‌ ହିଁ ଆସୁନାହିଁ । ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି । ଗୀତକୁ ନେଇ ଆପତ୍ତି ଉଠାଇଥିଲେ ହରିୟଣା କଳାକାର।

ଏସୱାଇଏଲ୍‌( ସତଲେଜ-ଯମୁନା ଲିଙ୍କ) ର ପାଣି ହରିଆଣାକୁ ନଦେବାର ଶବ୍ଦର ବିରୋଧ କରିଥିଲେ ହରିଆଣାଭି କଳାକାର ଗଜେନ୍ଦ୍ର ଫୋଗାଟ । ଏହି ଗୀତକୁ ଟକ୍କର ଦେବା ପାଇଁ ନୂଆ ଗୀତ କରିବାକୁ ମଧ୍ଯ ଘୋଷଣା କରିଥିଲେ । ଗୀତ ଦ୍ୱାରା ଦୁଇ ରାଜ୍ୟର ଭାଇଚାରା ବିଗିଡିଥିବା ଦେଖିବାକୁ ମିଳିଥିଲା ।

ସେପଟେ ହରିଆଣଭି ଷ୍ଟାର କେଡି କହିଛନ୍ତି କି ମୁସେୱାଲାଙ୍କର ମୃତ୍ୟୁ ପରେ ଏହି ଗୀତ ରିଲିଜ ହେବାର ଆବଶ୍ୟକତା ନଥିଲା । ଯେହେତୁ ଗୀତରେ ବିବାଦୀୟ ଭଳି କଥା ବା ଶବ୍ଦ ରହିଛି ତାକୁ ରିଲିଜ ପୁର୍ବରୁ ତର୍ଜମା କରିବାର ଥିଲା । ତରବରିଆ ହୋଇ
ମୁସେୱାଲାଙ୍କ ଟିମ୍‌ ଏହି ଗୀତ ରିଲିଜ୍‌ କରିବାର ନଥିଲା । ଯାହା ଦ୍ଵାରା ଏବେ ଏହି ଗୀତ ଦୁଇ ରାଜ୍ୟ ମଧ୍ୟରେ ଫଟଟ ସୃଷ୍ଟି କରୁଛି।