ଗବେଷକଙ୍କୁ ଘାରିଛି ମଙ୍କିପକ୍ସ ଚିନ୍ତା

ନୂଆଦିଲ୍ଲୀ: ଗବେଷକଙ୍କୁ ଘାରିଛି ମଙ୍କିପକ୍ସ ଚିନ୍ତା । ମଙ୍କିପକ୍ସର ସଂକ୍ରମଣକୁ ନେ଼ଇ ନୁହେଁ ଏହାର ବିସ୍ଫୋରଣର ମାପ ଏବଂ ଗତିକୁ ନେଇ ଗୁରୁତର ଚିନ୍ତା ପ୍ରକଟ କରିଛନ୍ତି ଗବେଷକ। ଏହାର ବିସ୍ତାରକୁ ରୋକିବା ପାଇଁ ତୀବ୍ର ପ୍ରତିକ୍ରିୟା ଓ ପ୍ରୟାସର ଆବଶ୍ୟକତା ବୋଲି WHO ମହାନିର୍ଦ୍ଦେଶକ କହିବା ପରେ ସତର୍କ ହୋଇଯାଇଛନ୍ତି ଗବେଷକ। ମଙ୍କିପକ୍ସକୁ ନେଇ ଆରମ୍ଭ ହୋଇଯାଇଛି ଗବେଷଣା।

ଯଦିଓ ବର୍ତ୍ତମାନ ସମୟରେ ମଙ୍କିପକ୍ସ ଅନ୍ତର୍ଜାତୀୟ କାରଣ ନୁହେଁ। ଏହାର ଭୟାବହତା ସେତେଟା ସାମ୍ନାକୁ ଆସୁନାହିଁ କିନ୍ତୁ ସଂକ୍ରମଣ ର ଗତିକୁ ନେଇ ତର୍ଜମା କରିବାର ଆବଶ୍ୟକତା ରହିଛି। ଏବେଠୁ ଏହାକୁ ନେଇ ସତର୍କ ନ ରହିଲେ ପରବର୍ତ୍ତୀ ସମୟରେ ଏହା ବିଶ୍ଵ ପାଇଁ ଘାତକ ସାଜିପରେ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ‘ହୁ’ ପକ୍ଷରୁ ଆୟୋଜିତ ଏକ ବୈଠକରେ ମଙ୍କିପକ୍ସକୁ ନେଇ ଚିନ୍ତା ପ୍ରକଟ କରଯାଇଛି।ଏହି ରୋଗରେ ଆଗକୁ ହେବାକୁ ଯାଉଥିବା ସଙ୍କଟକୁ ନେଇ ସତର୍କ ବାଣୀ ଶୁଣାଇଛି ହୁ’।

ଏବେ ପଶ୍ଚିମ ଏବଂ ମଧ୍ୟ ଆଫ୍ରିକୀୟ ଦେଶରେ, ମେ ମାସ ଆରମ୍ଭରୁ ମଙ୍କିପକ୍ସ ମାମଲାରେ ବୃଦ୍ଧି ପାଇବାରେ ଲାଗିଛି। ଖାସ କରି ୟୁରୋପରେ ଅଧିକାଂଶ ନୂତନ ମାମଲା ସାମ୍ନାକୁ ଆସିଛି।

ଚଳିତ ବର୍ଷ ଏପର୍ଯ୍ୟନ୍ତ ୫୦ରୁ ଅଧିକ ଦେଶରୁ ୩୨୦୦ରୁ ଅଧିକ ମାମଲା ଏବଂ ଗୋଟିଏ ମୃତ୍ୟୁ ମାମଲା WHO କୁ ରିପୋର୍ଟ କରାଯାଇଛି। ଯଦିଓ ଏ ପରିସଂଖ୍ୟାନ ଚିନ୍ତାଜନକ ନୁହେଁ କିନ୍ତୁ ଆମକୁ ମଙ୍କିପକ୍ସର ବିସ୍ତାରକୁ ରୋକିବାକୁ ହେବ। ମଙ୍କିପକ୍ସ ଯେମିତି କରୋନା ଭଳି ସ୍ଥିତି ନ ଆଣିବ ସେଥିପାଇଁ ଆମକୁ ସତର୍କ ରହିବାକୁ ପଡ଼ିବ ।