ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ

୪ ଜଣଙ୍କର ମୃତ୍ୟୁ, ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ, ୩୧/୦୫: ଦକ୍ଷିଣ ଦିଲ୍ଲୀର ସାକେତ ମେଟ୍ରୋ ଷ୍ଟେସନ ନିକଟରେ ଏକ ଚାରି ମହଲା କୋଠା ଭୁଶୁଡ଼ି ପଡ଼ିବା ଫଳରେ ଅତି କମରେ ୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଦିଲ୍ଲୀ ଅଗ୍ନିଶମ ସେବା, NDRF ଏବଂ ଅନ୍ୟାନ୍ୟ ସଂସ୍ଥାର ଦଳ ସୈଦୁଲାଜାବରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଗତ କାଲି ସନ୍ଧ୍ୟାରେ ୧୦ ଜଣଙ୍କୁ ଭଗ୍ନାବଶେଷରୁ ବାହାର କରାଯାଇଥିଲା।

ଭୁଶୁଡ଼ି ପଡ଼ିଥିବା କୋଠାରେ ଏକ କୋଚିଂ ସେଣ୍ଟର, କାଫେ ଏବଂ ଅଫିସ ଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ଘଟଣାସ୍ଥଳ ପରିଦର୍ଶନ କରି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ଗତକାଲି ରାତିରୁ ଉଦ୍ଧାର ଦଳଗୁଡ଼ିକ ନିରନ୍ତର କାର୍ଯ୍ୟରେ ନିୟୋଜିତ ଅଛନ୍ତି।