ଭଦ୍ରକରେ ଫୁଟିଲା ଗୁଳି

ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର

ଭଦ୍ରକ, ୧୧/୦୬: ଭଦ୍ରକ ଗ୍ରାମାଞ୍ଚଳ ପୋଲିସର ଏନ୍‌କାଉଣ୍ଟର। ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଫୁଲ୍ଲ ମଲ୍ଲିକ ଓରଫ ପପୁକୁ ଏନ୍‌କାଉଣ୍ଟର କରିଛି ପୋଲିସ। ପପୁର ଡାହାଣ ଗୋଡ଼ରେ ବାଜିଛି ଗୁଳି ବାଜିଥିବା ବେଳେ ତାକୁ କଟକ ସ୍ଥାନାନ୍ତର କରାଯାଇଛି।

ପପୁ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ୨୨ଟି ଅପରାଧୀକ ମାମଲା ରହିଛି। ସହଯୋଗୀ ସହ ମିଶି ଅପରାଧୀକ କାଣ୍ଡ ଘଟାଇବାକୁ ଯୋଜନା କରୁଥିବା ସମୟରେ ଲ’କଲେଜ ନୂଆସାହି ଜଙ୍ଗଲରେ ଗତ କାଲି ରାତି ୩. ୩୦ରେ ଏନ୍‌କାଉଣ୍ଟର କରିଥିଲା ପୋଲିସ। ତେବେ ଘଟଣାସ୍ଥଳରୁ ସହଯୋଗୀ ଫେରାର ହୋଇଯାଇଛି।