ଭୁବନେଶ୍ୱର, ୧୧/୦୬: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨ଟି ଗୁରୁତ୍ୱପୂର୍ଣ୍ଣ ଫାଇଲ ଗାଏବ ହେବା ଘଟଣାରେ ଆରମ୍ଭ ହେଲା ତଦନ୍ତ। ଲୋକସେବା ଭବନରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଯୁଗ୍ମସଚିବ ଶରତ ଚନ୍ଦ୍ର ମାରାଣ୍ଡିଙ୍କ ଚ୍ୟାମ୍ବରରେ ପୋଲିସ ପହଞ୍ଚି ତନାଘନା କରୁଛି। ଗତକାଲି FIR ଦେଇଥିଲେ ଶରତ ଚନ୍ଦ୍ର ମାରାଣ୍ଡି। ଏତଲା ଆଧାରରେ ତଦନ୍ତ ଚଳାଇଛି ପୋଲିସ। ପାଖାପାଖି ୩୦ ମିନିଟ ଧରି ଆଲୋଚନା ହୋଇଥିବା ସୂଚନା ମିଳିଛି।